ସଲମାନ ସେୟାର କଲେ ଜ୍ୟାକଲିନଙ୍କ ଫଟୋ

0

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭାଇଜାନ ନାମରେ ସୁପରିଚିତ ସଲମାନ ଖାନ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟକଲିନ ଫର୍ଣ୍ଣାଣ୍ଡିଜଙ୍କର ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଜ୍ୟାକଲିନ ଲାଲ ରଙ୍ଗର ବସ୍ତ୍ରରେ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ସେୟାର କରି ଫଟୋରେ କ୍ୟାପସନରେ ଲେଖିଛନ୍ତି କିତନି ପ୍ୟାରୀ ଲଗରହିହେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ଅବଶ୍ୟ ସଲମାନ ଜ୍ୟାକଲିନଙ୍କର ଫଟୋ ସେୟାର କରି ପ୍ରଶଂସା କରିବା କିଛି ନୂଆ କଥା ନୁହେଁ। ଆଗରୁ ମଧ୍ୟ ବହୁତ ଥର ସଲମାନ ସାମାଜିକ ଗଣମାଧ୍ୟମରେ ଜ୍ୟାକଲିନଙ୍କର ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ ସଲମାନ ତାଙ୍କର ପ୍ରଶଂସା କରି କହିଥିଲେ ବର୍ତ୍ତମାନ ସମୟରେ ଜ୍ୟାକଲିନ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏକ ନମ୍ବର ନାୟିକା।

Leave A Reply