ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଆନନ୍ଦପୁର : ଓଲିଉଡ ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ସଲୀଲ ମିତ୍ର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଗାଁ କଲେଜ ଛକ ନିକଟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରିନାହିଁ ।

Comments are closed.