ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗୋଟିଏ ପରିବାରର ୪ ମୃତ

0

ସାଲେପୁର : କଟକ ଜିଲା ସାଲେପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ବୁଧବାର ବିଳମ୍ବିତ ରାତିରେ ଜଗତପୁର ନିକଟସ୍ଥ ଭୈରପୁରଠାରେ ଏକ ଟ୍ରକ୍ ପଛରେ ଗୋଟିଏ କାର୍‍ ଜୋର୍ରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।
ମୃତକମାନେ ହେଲେ ଶେର୍ ଅଲି, ତାଙ୍କ ସ୍ତ୍ରୀ ଅଲିଜା ବିୱି, ପୁଅ ଶେଖ୍ ସିରାଜ ଓ ପୁତୁରା (ବଡ଼ ଭାଇଙ୍କ ପୁଅ) ସନୱାର ଅଲି। ଆହତ ୨ଜଣ ହେଲେ ଆଶିକ୍ ଜମାଲ(୨୦) ଓ ଫୟଜ ଖାନ୍ (୧୯)। ଆଶିକ୍ ଙ୍କୁ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଡିସ୍ଚାର୍ଜ କରି ଦିଆଯାଇଛି। ତେବେ ଗୁରୁତର ଥିବା ଫୟଜଙ୍କ ଚିକିତ୍ସା ଚାଲିଛି।
ସମସ୍ତ ମୃତାହତ ସିମଲପଡ଼ା ଥାନା ଅନ୍ତର୍ଗତ ପିକାର ଗାଁ’ର। ସେମାନେ ଗତକାଲି ଭୁବନେଶ୍ୱର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Leave A Reply