ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଦରମା ବୃଦ୍ଧି

0

ଭୁବନେଶ୍ୱର:ରାଜ୍ୟର ପ୍ରାଇମେରୀ ଓ ସେକେଣ୍ଡାରୀ କେୟାର ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତର(ଆସିଷ୍ଟାଣ୍ଟ ସର୍ଜନ) ଓ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦରମା ବୃଦ୍ଧି କରାଯାଇଛି। ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନେ ମାସିକ ୫୫ହଜାର ଟଙ୍କା ପାଇବେ। ସେହିପରି ଉପଖଣ୍ଡ ଓ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ସ୍ପେଶିଆଲିଷ୍ଟମାନଙ୍କ ଦରମା ୬୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ପ୍ରତିବର୍ଷ ସେମାନଙ୍କ ପାରିଶ୍ରମିକ ୩% ବୃଦ୍ଧି କରାଯିବ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନ ଓ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ ଦେଇଛନ୍ତି।
ଅଣ କେବିକେ ଜିଲାରେ ଆସିଷ୍ଟାଣ୍ଟ ସର୍ଜନମାନେ ମାସିକ ୩୫ହଜାର, ସ୍ପେଶିଆଲିଷ୍ଟମାନେ ୪୦ ହଜାର ଓ ପେରିଫେରିରେ କାର୍ଯ୍ୟରତ ସ୍ପେଶାଲିଷ୍ଟମାନେ ୪୫ହଜାର ଟଙ୍କା ପାଉଥିଲେ। କେବିକେ ଓ କେବିକେ ପ୍ଲସ ଜିଲାରେ ଆସିଷ୍ଟାଣ୍ଟ ସର୍ଜନ ୪୦ ହଜାର, ସ୍ପେଶିଆଲିଷ୍ଟ ୪୫ ହଜାର ଓ ପେରିଫେରିରେ କାର୍ଯ୍ୟରତ ସ୍ପେଶିଆଲିଷ୍ଟଙ୍କୁ ୫୦ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। ଏବେ ସମସ୍ତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନ ମାସିକ ୫୫ ହଜାର ଟଙ୍କା ଓ ସ୍ପେଶିଆଲିଷ୍ଟ ଡାକ୍ତର ୬୦ ହଜାର ଟଙ୍କା ପାଇବେ।

Leave A Reply