ପନୀର ପାଳଙ୍ଗ ସାଲାଡ଼

ଆବଶ୍ୟକ ସାମଗ୍ରୀ
ସିଝା ପାଳଙ୍ଗଶାଗ – ଆବଶ୍ୟକ ପରିମାଣରେ
ପନୀର – ଆବଶ୍ୟକ ପରିମାଣରେ
ଚିଲି ସସ – ୧ ଚାମଚ
ସୋୟା ସସ – ୧ ଚାମଚ
ଲେମ୍ବୁ ରସ – ୧ ଚାମଚ
ଟମାଟୋ ସସ – ୧ ଚାମଚ
କଟା କଞ୍ଚା ଲଙ୍କା – ୨ଟି
କଟା ଟମାଟୋ – ୧ଟି
ଚିନି – ଅଳ୍ପ
ଲୁଣ – ସ୍ୱାଦ ଅନୁଯାୟୀ
ଗୋଲମରିଚ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସିଝା ପାଳଙ୍ଗ ଶାଗ ଓ କଟା ପନୀରକୁ ମିଶାନ୍ତୁ। ଏହାପରେ ଏଥିରେ ଟମାଟୋ, କଞ୍ଚାଲଙ୍କା, ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ସ୍ୱାଦ ପାଇଁ ଚିଲି ସସ, ସୋୟା ସସ, ଲେମ୍ବୁ ରସ, ଟମାଟୋ ସସ, ଲୁଣ, ଗୋଲମରିଚ ଗୁଣ୍ଡ, ସାମାନ୍ୟ ଚିନି ମିଶାଇ ଗୋଳାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ପାଳଙ୍ଗ ସାଲାଡ଼।

Comments are closed.