ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ମନ୍ଦିର ପଦଯାତ୍ରା

0

ସୁଆଣ୍ଡୋ : ଶ୍ରୀମନ୍ଦିର ନିକଟରୁ କାର୍ତ୍ତିକ ମାସରେ ରବିବାର ଏକ ଆଧ୍ୟାତ୍ମିକ ପଦଯାତ୍ରୀ ଦଳ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପହଞ୍ଚିଛନ୍ତି । କୃଷ୍ଣ ଚେତନା ସଂଘ ଚାରଣ ଗୋଷ୍ଠୀ ଙ୍କ ସହିତ କେତେକ ଧାର୍ମିକ ସଙ୍ଗଠନ ଏଥିରେ ସାମିଲ ହୋଇ ସାକ୍ଷୀଗୋପାଳଙ୍କ ମନ୍ଦିର ନିକଟରେ ପହଞ୍ଚି ଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ଐତିହ୍ୟ ପରମ୍ପରାର ପ୍ରଚାରକ ପଣ୍ଡିତ ସୂର୍ୟ୍ୟନାରାୟଣ ରଥଶର୍ମା ଏହି ପଦଯାତ୍ରାର ନେତୃତ୍ବ ନେଇ ପ୍ରତିବର୍ଷ ଏହି କାର୍ୟ୍ୟକ୍ରମ କରି ଆସୁଛନ୍ତି । ସେବାୟତ ସଂଘ ଓ ମନ୍ଦିର କାର୍ୟ୍ୟାଳୟ ସହିତ ଉପସ୍ଥିତ କୃଷ୍ଣଭକ୍ତ ମାନେ ପଦଯାତ୍ରୀ ଦଳଙ୍କୁ ଗୋପାଳଙ୍କ ତୁଳସୀ ଦେଇ ସ୍ଵାଗତ କରିଥିଲେ । ମନ୍ଦିରରେ ସାକ୍ଷୀ ଗୋପୀନାଥଙ୍କୁ ଫୁଲ ତୁଳସୀ ଧୂପ ଦୀପ ଅର୍ପଣ କରି ଶ୍ରୀ ରଥଶର୍ମାଙ୍କ ସହିତ ପଦଯାତ୍ରୀ ମାନେ ପୂଜାର୍ଚ୍ଚନା କରିଥିଲେ।

Leave A Reply