ପଟୌଦି ପରିବାରଙ୍କ ମୁମ୍ବଇ ପ୍ରତ୍ୟାବର୍ତ୍ତନ

0

ନବାବ୍ ସୈଫ୍ ଅଲୀ ଖାନ୍, ବେଗମ୍ କରୀନା କପୁର ଖାନ୍ ନିଜ କୁନି ନବାବ୍‌ ତୈମୁରଙ୍କ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ଯୋଜନା ଥିଲା ପୁଅ ତୈମୁରର ୨ୟ ଜନ୍ମଦିନକୁ ଧୁମଧାମରେ ପାଳନ କରିବା। ୫ଦିନ ପୂରା ପରିବାର ଦକ୍ଷିଣ ଆଫ୍ରିକାର ବିଭିନ୍ନ ପ୍ରାନ୍ତରେ ମଉଜମସ୍ତି କରିଥିଲେ। ଏସବୁ ଭିତରେ କରୀନା ନିଜର ବିଜ୍ଞାପନ ସୁଟିଂ ମଧ୍ୟ ଶେଷ କରିଥିଲେ। ତୈମୁରର ପ୍ରଥମ ଜନ୍ମଦିନକୁ ପଟୌଦି ପ୍ୟାଲେସ୍‌ରେ ପାଳନ କରାଯାଇଥିଲା। ଗଣମାଧ୍ୟମ ଦୃଷ୍ଟି ଆଢ଼ୁଆଳରୁ ବର୍ତ୍ତିବା ପାଇଁ ସୈଫ୍ ଓ କରୀନା ସ୍ଥିର କରିଥିଲେ ଏଥରକ ପୁଅର ଜନ୍ମଦିନ ବିଦେଶରେ ପାଳିବେ। ପାଞ୍ଚ ଦିନର ରହଣି ପରେ ସେମାନେ ମୁମ୍ବଇ ଫେରିଆସିଛନ୍ତି। ଏବେ କରୀନାଙ୍କ ଉପରେ ଅନ୍ୟ ଏକ ଦାୟିତ୍ବ ହେଲା, ସାରାଙ୍କ ନିମନ୍ତେ ବଡ଼ ପାର୍ଟିର ଆୟୋଜନ କରିବା। ସୈଫ୍ ଓ ତାଙ୍କ ପୂର୍ବ ପତ୍ନୀଙ୍କ ବଡ଼ ଝିଅ ହେଲେ ସାରା। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘କେଦାରନାଥ’ ମୁକ୍ତିଲାଭ କରିଛି। ବକ୍ସ ଅଫିସ୍‌ରେ ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିବା ସହ ସାରାଙ୍କ ଅଭିନୟର ମଧ୍ୟ ପ୍ରଶଂସା କରାଯାଉଛି। ଏଣୁ ସାରାଙ୍କ ସଫଳତା ପାଇଁ କରୀନା ଏହି ପାର୍ଟିର ଆୟୋଜନ କରୁଥିବାର ଜଣାପଡ଼ିଛି।

Leave A Reply