ରମଜାନରେ ପ୍ରସ୍ତୁତ କରନ୍ତୁ ଶାହି ଟୁକୁଡ଼ା 

0

ପ୍ରସ୍ତୁତ ସାମଗ୍ରୀ:

୧ ଲିଟର କ୍ଷୀର
୪୦୦ ଗ୍ରାମ ମିଲ୍କ ମେଡ଼୍‌/କ୍ରିମ୍‌
୬-୮ ପାଉଁରୁଟି
କିସମିସ୍ ଓ କାଜୁ
୧ଛୋଟ ଚାମଚ ଗୁଜୁରାତି ଗୁଣ୍ଡ
ଘିଅ

ପ୍ରସ୍ତୁତ କରିବାର ପ୍ରଣାଳୀ:

କଢ଼େଇରେ କ୍ଷୀର, ମିଲ୍କ ମେଡ଼ ମିଶାଇ ଫୁଟାନ୍ତୁ । କ୍ଷୀର ଓ ମିଲ୍କମେଡ଼ ଫୁଟି ଅଧା ହୋଇଯିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ଓ କେସର ପକାଇ ଭଲ ଭାବରେ ଘାଣ୍ଟନ୍ତୁ । ବର୍ତ୍ତମାନ ପାଉଁରୁଟିକୁ ମନ ପସନ୍ଦ ଆକାରରେ କାଟି ରଖନ୍ତୁ । କଢ଼େଇରେ ଘିଅ ଗରମ କରି କଟା ଯାଇଥିବା ପାଉଁରୁଟିକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା ପରେ ପାଉଁରୁଟିକୁ ଅନ୍ୟ ପାତ୍ରରେ ବାହାର କରି ରଖନ୍ତୁ । କଢ଼େଇରେ ଅଳ୍ପ ଘିଅ ନେଇ ସେଥିରେ କାଜୁ ଓ କିସମିସ୍ ଭାଜନ୍ତୁ । ବର୍ତ୍ତମାନ ଭଜା ଯାଇଥିବା ବ୍ରେଡ଼କୁ ପ୍ଲେଟରେ ରଖି ତା ଉପରେ ପୂର୍ବରୁ ପ୍ରସ୍ତୁତ ଥିବା (କ୍ଷୀର ଓ ମିଲ୍କ ମେଡ଼) ମିଶ୍ରଣକୁ ପକାନ୍ତୁ । ତାପରେ ଭଜା କାଜୁ ଓ କିସମିସ୍ ପକାଇ ସୁନ୍ଦର ରୂପେ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଶାହି ଟୁକଡ଼ା ।

Leave A Reply