ଏବେ ୱେବସିରିଜରେ ଶାହାରୁଖ୍‍

0

ମୁମ୍ବଇ : ବଲିଉଡ଼ର କିଙ୍ଗ୍‍ ଖାନ୍‍ ଭାବେ ପରିଚିତ ଶାହାରୁଖ୍‍ ଖାନ୍‍ଙ୍କୁ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ତାଙ୍କ ପ୍ରଡକ୍ସନ ହାଉଓ ରେଡ଼ ଚିଲିଜ୍‍ ଏଣ୍ଟରଟେନମେଣ୍ଟ ଅଧିନରେ ନିର୍ମାଣ ହେବାକୁ ଥିବା ଏକ ଥ୍ରୀଲର୍‍ ୱେବସିରିଜରେ ଶାହାରୁଖ୍‍ ନିଜେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ, ଶାହାରୁଖଙ୍କୁ ସ୍କ୍ରିପ୍ଟ ଖୁବ୍‍ ପସନ୍ଦ ଆସିଛି ଓ ସେ ଏଥିରେ ଅଭିନୟ କରିବା ପାଇଁ ମଧ୍ୟ ମନ ବଳାଇଛନ୍ତି।

ଏହାବ୍ୟତୀତ ପ୍ରଯୋଜକ ଭାବେ ମଧ୍ୟ ଶାହାରୁଖ୍‍ ଏକ ୱେବସିରିଜ୍‍ ନିର୍ମାଣ କରୁଛନ୍ତି। ଯାହାର ନାଁ ରହିଛି ‘ବାର୍ଡ଼ ଅଫ୍‍ ବ୍ଲଡ଼୍‍’। ଏଥିରେ ଇମରାନ ହାସମୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହା ବିଲାଲ ସିଦ୍ଧିକୀଙ୍କ ପୁସ୍ତକ ଉପରେ ଆଧାରିତ ଏକ ରାଜନୀତି ଭିତ୍ତିକ ଥ୍ରୀଲର୍‍ ଚଳଚ୍ଚିତ୍ର।

Leave A Reply