ଶାଗୁ ପଣା

ଆବଶ୍ୟକ ସାମଗ୍ରୀ :

ଶାଗୁ – ୨୫୦ ଗ୍ରାମ୍

ନଡିଆ (କୋରା) – ୧ କପ୍

ଚିନି – ଆବଶ୍ୟକ ଅନୁଯାୟୀ

ସେଓ (କଟା) – ୧ଟି

ଡାଳିମ୍ବ ମଞ୍ଜି – ୧/୨ କପ୍

ଗୁଜୁରାତି ଗୁଣ୍ଡ – ଚିମୁଟାଏ

କଦଳୀ – ୫ଟି

ଛେନା – ୨୫୦ ଗ୍ରାମ୍‌

କ୍ଷୀର – ୩୦୦ ମିଲି

ସଜାଇବା ପାଇଁ – ଚେରି, କାଜୁ ଓ କିସମିସ୍

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଶାଗୁ ପାଣିରେ ୬ରୁ ୭ ଘଣ୍ଟା ବତୁରାଇ ଦିଅନ୍ତୁ। ଶାଗୁ ବତୁରିବା ପରେ ସେଥିରେ ଛେନା, ନଡିଆ କୋରା, ଚିନି, କାଟିଥିବା ସେଓ, କଦଳୀ, ଡାଳିମ୍ବ ମଞ୍ଜି, ଗୁଜୁରାତି ଗୁଣ୍ଡ ଓ କ୍ଷୀର ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଆପଣ ଚାହିଁଲେ ଏହାକୁ ଗ୍ରାଇଣ୍ଡି ମଧ୍ୟ କରି ପାରିବେ। ଏହାକୁ କିଛି ସମୟ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ତାପରେ ଏହାକୁ ଏକ ଗ୍ଲାସରେ ଢାଳନ୍ତୁ। ତା ଉପରେ କାଜୁ, କିସମିସ୍ ଓ ଚେରି ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଶାଗୁ ପଣା। ଏହାକୁ ଆପଣ ଯେକୌଣସି ବ୍ରତ ଓ ଉପବାସ ସମୟରେ ପିଇପାରିବେ।

Comments are closed.