‘ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସ-୨୦୧୯’ : ବାଜି ମାରିନେଲେ ସୁଗନ୍ଧା

ମୁମ୍ବଇ : ନାଗପୁରର ସୁଗନ୍ଧା ଦାତେ ଜି ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସ-୨୦୧୯’ର ବିଜେତା ସାଜିଛନ୍ତି। ରବିବାର ଆୟୋଜିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫାଇନାଲରେ ସୁଗନ୍ଧାଙ୍କୁ ବିଜେତା ଘୋଷଣା କରାଯାଇ ଟ୍ରଫି ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ପ୍ରୀତମ ଆଚାର୍ଯ୍ୟ ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ମହମ୍ମଦ ଫୈଜ୍ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି।

image courtesy-IBTimes India

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୩ରେ ସୁଗନ୍ଧା ସୋନି ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର୍’ରେ ମଧ୍ୟ ଭାଗନେଇଥିଲେ ଓ ଫାଇନାଲ୍ ପର୍ୟ୍ୟନ୍ତ ପହଞ୍ଚିଥିଲେ। ୧୪ ବର୍ଷୀୟା ସୁଗନ୍ଧା ୬ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ନେଉଛନ୍ତି। ସର୍ବପ୍ରଥମେ ତାଙ୍କ ମାଆଙ୍କଠାରୁ ହିଁ ସେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ।

‘ସାରେଗାମାପା ଲିଟିଲ୍ ଚ୍ୟାମ୍ପସ-୨୦୧୯’ରେ ରିଚା ଶର୍ମା, ଅମାଲ ମଲ୍ଲୀକ ଓ ଶାନ୍ ବିଚାରପତି ଦାୟିତ୍ବ ବହନ କରିଥିଲେ। ସେମାନଙ୍କ ବ୍ୟତୀତ ମେଲୋଡି କିଙ୍ଗ କୁମାର ସାନୁ, ମିକା ସିଂହ, କବିତା କୃଷ୍ଣମୂର୍ତ୍ତୀ ଓ ବାବୁଲ ସୁପ୍ରିୟ ମଧ୍ୟ ଗ୍ରାଣ୍ଡ ଫାଇନାଲରେ ସାମିଲ ହୋଇଥିଲେ। ଚଳଚ୍ଚିତ୍ର ଅଭିନେତା ଶାହିଦ କପୁର ଓ କିୟାରା ଆଡଭାନୀ ମଧ୍ୟ ନିଜ ଆଗାମୀ ଚଳଚ୍ଚିତ୍ର ‘କବୀର ସିଂହ’ର ପ୍ରମୋଶନ୍ ପାଇଁ ଶୋ’ରେ ସାମିଲ ହୋଇଥିଲେ।

Comments are closed.