କ୍ରିକେଟ୍‍ ଏକାଡେମୀ ଖୋଲିବେ ତେନ୍ଦୁଲକର

0

ମୁମ୍ବଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଖୁବ୍‍ଶୀଘ୍ର କ୍ରିକେଟ୍‍ ଏକାଡେମୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ସଚିନ କହିଥିଲେ କ୍ରିକେଟ୍‍ ଏକାଡେମୀ ପ୍ରତିଷ୍ଠା କରିବାକୁ ସେ ମିଡିଲସେକ୍ସ କ୍ରିକେଟ୍‍ କ୍ଲବ ସହ ହାତ ମିଳାଇଛନ୍ତି। କ୍ରିକେଟ୍‍ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ୍‍ ଏକାଡେମୀ’ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଏକାଡେମୀରେ ୯ରୁ ୧୪ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ଖେଳାଳି ସଚିନ ତେନ୍ଦୁଲକର ଓ ମିଡିଲସେକ୍ସ କ୍ରିକେଟ୍‍ ଦଳର ଖେଳାଳିଙ୍କଠାରୁ ପ୍ରଶିକ୍ଷଣ ନେବେ। ଆସନ୍ତା ଅଗଷ୍ଟ ୬ରୁ ୯ ପର୍ଯ୍ୟନ୍ତ ଏକାଡେମୀ ତରଫରୁ ମୁମ୍ବଇ ଓ ଲଣ୍ଡନରେ କ୍ରିକେଟ୍‍ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଏକାଡେମୀରେ କେଉଁ ପ୍ରକାର ପ୍ରଶିକ୍ଷଣ ପ୍ରଦାନ କରାଯିବ; ସେ ସଂପର୍କରେ ତେନ୍ଦୁଲକର ଓ ବହୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଶିକ୍ଷକ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପ୍ରତିଭାବାନ୍‍ ଖେଳାଳିଙ୍କୁ ଶତ ପ୍ରତିଶତ ସ୍କଲାରସିପ୍‍ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। କ୍ରିକେଟ୍‍ ଏକାଡେମୀ ଆରମ୍ଭ ହେବାକୁ ଯାଉଥିବାରୁ ସଚିନ ଖୁସିବ୍ୟକ୍ତ କରିବା ସହ ଏହାଫଳରେ ବହୁ ଯୁବ ପ୍ରତିଭାବାନ୍‍ ଖେଳାଳି ଲୋକଲୋଚନକୁ ଆସିପାରିବେ ବୋଲି ମତ ଦେଇଛନ୍ତି।

Leave A Reply