ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଶନିବାର ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସଞ୍ଜୟ ସାହୁ ଏହି ଶୁଣାଣି କରିଛନ୍ତି । ଏହା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋଦ ମାମଲାରେ ଆଇପିସି ଧାରା ୧୨୧ ଅନୁସାରେ ଏହି ଶୁଣାଣି ହୋଇଛି । ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇଛନ୍ତି । ଏହି ଶୁଣାଣି ପରେ ଆମେ ଉପର କୋର୍ଟକୁ ଯିବୁ ବୋଲି ସବ୍ୟସାଚୀଙ୍କ ଓକିଲ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୪ ଜୁଲାଇ ୧୭ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ୍ ପେଟା ସାହିର ଏକ ଭଡ଼ା ଘରୁ ସବ୍ୟସାଚୀ ପଣ୍ଡାଙ୍କୁ ପୁଲିସ ଗିରଫ କରିଥିଲା।

Comments are closed.