ସ୍ୱାମୀଙ୍କର ସାବିତ୍ରୀ ବ୍ରତ

0

ବେଲଗାଭି : ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ କର୍ଣ୍ଣାଟକରେ ଏକ ଅଦ୍ଭୁତ ଘଟଣା ଦେଖାଦେଇଛି। ଜଣେ ସ୍ୱାମୀ ଏଠାରେ ବଟସାବିତ୍ରୀ ବ୍ରତ ପାଳନ କରିଛନ୍ତି। ତେବେ ସ୍ତ୍ରୀଙ୍କର ଦୀର୍ଘ ଜୀବନ ପାଇଁ ନୁହେଁ, ବରଂ ତାଙ୍କଠାରୁ ମୁକ୍ତି ପାଇବା ଲାଗି ସେ ଏହି ବ୍ରତ କରିଥିବା ଜଣାଇଛନ୍ତି। ବେଲଗାଭି ନିକଟସ୍ଥ ଚିକୋଡିର ବାସିନ୍ଦା ଶଶିଧର ରାମଚନ୍ଦ୍ର କୋପାର୍ଡେ ନିଜକୁ ଜଣେ ପତ୍ନୀ ନିର୍ଯାତିତ ପୁରୁଷ ବୋଲି ଦର୍ଶାଇଛନ୍ତି। ଏବେ ପତ୍ନୀ ଓ ବଧୂ ନିର୍ଯାତନା ପାଇଁ ସମସ୍ତେ ବ୍ୟସ୍ତ ହେଉଥିବା ବେଳେ ପତିମାନେ ନିର୍ଯାତିତ ହେଉଥିବା ଘଟଣା ପ୍ରତି ଆଖି ବୁଜି ଦିଆଯାଇଛି ବୋଲି ସେ ଅଭିଯୋଗ କରନ୍ତି। ଶଶିଧରଙ୍କ ପତ୍ନୀ ତାଙ୍କୁ ସପରିବାର ଯୌତୁକ ନିର୍ଯାତନାର ମିଥ୍ୟା କେସ୍‍ରେ ଫସାଇବା ପରେ ସେ ତାଙ୍କଠାରୁ ମୁକ୍ତି ଇଚ୍ଛା କରିଛନ୍ତି।
ଆରଜନ୍ମରେ ସେ ଅବିବାହିତ ରହିଯିବେ ବରଂ, ତାଙ୍କୁ ଏପରି ପତ୍ନୀ ନମିଳିବା ଲାଗି ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବା କହନ୍ତି ଶଶିଧର। ପତ୍ନୀ ପୀଡିତ ପୁରୁଷଙ୍କ ଲାଗି ସେ ‘ପୁରୁଷ ସାନ୍ତ୍ୱନା କେନ୍ଦ୍ର’ ପରିଚାଳନା କରୁଛନ୍ତି। ଗତ ୨୭ତାରିଖ ଦିନ ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଏବଂ କର୍ଣ୍ଣାଟକର ବିଭିନ୍ନ ଭାଗରେ ସାବିତ୍ରୀ ବ୍ରତ ‘ବଟସାବିତ୍ରୀ’ ଭାବେ ପାଳିତ ହୋଇଯାଇଛି।

Leave A Reply