ଇତିହାସ ରଚିବ ‘ସାହୋ’ : ୮ ମିନିଟ୍‍ର ଦୃଶ୍ୟରେ ଖର୍ଚ୍ଚ ହୋଇଛି ୭୦ କୋଟି!

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାହୋ’କୁ ନେଇ ଚର୍ଚ୍ଚା ଜାରି ରହିଛି। ଚଳଚ୍ଚିତ୍ରର ପୋଷ୍ଟର, ଟିଜର ଓ ପ୍ରଥମ ଗୀତ ରିଲିଜ୍‍ ହୋଇସାରିଛି। ‘ସାହୋ’କୁ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ସନ ଚଳଚ୍ଚିତ୍ର କରିବା ପାଇଁ ନିର୍ମାତା ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ନିକଟରେ ଚଳଚ୍ଚିତ୍ରରେ ୮ ମିନିଟ୍‍ର ଏକ ଆକ୍ସନ ଦୃଶ୍ୟ ଶୁଟିଂ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଶୁଣିବାକୁ ମିଳିଛି।

ସୂଚନା ଅନୁସାରେ, ଅବୁଧାବୀରେ ଶୁଟିଂ ହୋଇଥିବା ଚଳଚ୍ଚିତ୍ରର ଏହି ସିନ୍‍ ପାଇଁ ନିର୍ମାତାଙ୍କୁ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଚଳଚ୍ଚିତ୍ରର ଭିଜୁଆଲ୍‍ ଦେଖିବା ପରେ କୁହାଯାଉଛିି ଯେ, ଏହି ଚଳଚ୍ଚିତ୍ର ଇତିହାସ ରଚିବ। କାରଣ ବହୁତ କମ୍‍ ଚଳଚ୍ଚିତ୍ରରେ ଗୋଟିଏ ଦୃଶ୍ୟ ପାଇଁ ନିର୍ମାତା କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି।

ଉଲ୍ଲେଖଯୋଗ୍ୟ, ‘ସାହୋ’ରେ ଶ୍ରଦ୍ଧା କପୁର ପ୍ରଭାସଙ୍କ ବିପକ୍ଷ ନାୟିକା ଭାବେ ଅଭିନୟ କରିଛନ୍ତି। ଏହାବ୍ୟତୀତ ଜ୍ୟାକି ଶ୍ରଫ, ନୀଲ୍‍ ନିତିନ ମୁକେଶ, ମନ୍ଦିରା ବେଦୀ ଏବଂ ଚଙ୍କୀ ପାଣ୍ଡେ ପ୍ରମୁଖ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ଚଳିତ ବର୍ଷ ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ।

Comments are closed.