‘ସାଫ୍‍ କପ୍‍’ ଫୁଟବଲ ଫାଇନାଲ ; ଭାରତ ଓ ମାଲଦ୍ୱୀପ ମଧ୍ୟରେ ମୁକାବିଲା

0

ଢ଼ାକା : ବାଂଲାଦେଶର ଢ଼ାକାଠାରେ ଶନିବାର ସନ୍ଧ୍ୟାରେ ଦକ୍ଷିଣ ଏସିଆ ଫୁଟ୍‍ବଲ୍‍ ମହାସଂଘ – ‘ସାଫ୍‍ କପ୍‍’ ଫୁଟବଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଓ ମାଲଦ୍ୱୀପ ମଧ୍ୟରେ ଫାଇନାଲ୍‍ ମୁକାବିଲା ହେବ। ୭ ଥର ବିଜେତା ଏବଂ ଗତ ୨ ଥର ଲଗାତାର ଚାମ୍ପିୟନ୍‍ ହୋଇଥିବା ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଦଳ ଭାବେ ନିଜର ସ୍ଥିତି ମଜବୁତ୍‍ କରିଛି। ଭାରତ ଗ୍ରୁପ୍‍ ପର୍ଯ୍ୟାୟରେ ମାଲଦ୍ୱୀପ ଏବଂ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଥିବାବେଳେ ସେମିଫାଇନାଲ୍‍ରେ ପାକିସ୍ତାନକୁ ୩-୧ରେ ପରାସ୍ତ କରିଛି। ୨୦୦୩କୁ ବାଦ୍‍ ଦେଲେ ଭାରତ ଏହି ପ୍ରତିଯୋଗିତାର ୧୧ଟିଯାକ ସଂସ୍କରଣରେ ଫାଇନାଲ୍‍ ମ୍ୟାଚ୍‍ ଖେଳିଛି। ତେବେ ମାଳଦ୍ୱୀପର ଗତ ତିନୋଟିଯାକ ସଂସ୍କରଣରେ ଫାଇନାଲ୍‍ ମ୍ୟାଚ୍‍ ଖେଳି ନାହିଁ। ୨୦୦୯ରେ ଶେଷ ଥରପାଇଁ ଭାରତ ମାଳଦ୍ୱୀପ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍‍ ମ୍ୟାଚକୁ ଭାରତ ପେନାଲ୍‍ଟି ସୁଟ୍‍ ଜରିଆରେ ଜିତିଥିଲା।

Leave A Reply