ଚୈତ୍ର ନବରାତ୍ରି : ରାମ ନବରାତ୍ରି ନାମରେ ମଧ୍ୟ ପାଳନ କରାଯାଏ

0

କଟକ : ଚୈତ୍ର ନବରାତ୍ରି ଗତ ରବିବାର ଠାରୁ ଆରମ୍ଭ ହୋଇଛି । ଏହା ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ଏଥିପାଇଁ ଏହା ସମଗ୍ର ଭାରତ ବର୍ଷରେ ଏବଂ ବିଦେଶର କେତେକ ସ୍ଥାନରେ ଧୂମଧାମରେ ପାଳନ କରାଯାଉଛି । ଏହି ନଅ ଦିନରେ ମାଆ ଦୁର୍ଗାଙ୍କୁ ଭିନ୍ନ-ଭିନ୍ନ ରୂପରେ ପୁଜା କରାଯାଉଛି । ଚୈତ୍ର ନବରାତ୍ରିରେ ମାଆ ଦୁର୍ଗାଙ୍କ ପୁଜା ସହିତ ନବମ ଦିନ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିନକୁ ଶ୍ରୀରାମ ନବମୀ ଭାବେ ପାଳନ କରାଯାଏ । ଚୈତ୍ର ନବରାତ୍ରିକୁ ରାମ ନବରାତ୍ରି ମଧ୍ୟ କୁହାଯାଏ ।
ନବରାତ୍ରିର ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ୱିତୀୟ ଦିନରେ ବ୍ରହ୍ମଚାରିଣୀଙ୍କ ପୁଜା କରାଯାଇଛି । ତୃତୀୟ ଦିନରେ ମାଆଙ୍କୁ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ପୁଜା କରାଯାଏ । ସେହିପରି ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରୀ, ଅଷ୍ଟମ ଦିନରେ ମହାଗୌରୀ ଏବଂ ନବମ ଦିନରେ ସିଦ୍ଧିଦାତ୍ରୀଙ୍କ ପୁଜା କରାଯାଏ । ସେହି ନବମ ଦିନରେ ମଧ୍ୟ ଭଗବାନ ଶ୍ରୀରାମଙ୍କ ପୁଜା କରାଯାଏ ।

Leave A Reply