ଶଶିକଳାଙ୍କ ସ୍ୱାମୀ ଅସୁସ୍ଥ

0

ଚେନ୍ନଇ : ଏଆଇଏଡିଏମକେ ନେତ୍ରୀ ଶଶିକଳାଙ୍କ ସ୍ୱାମୀ ଏମ.ନଟରାଜନ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ୭୪ ବର୍ଷୀୟ ନଟରାଜନଙ୍କୁ ସ୍ଥାନୀୟ ଗ୍ଲେନଇଗଲ୍‌ସ ଗ୍ଲୋବାଲ ହାସପାତାଳର ଆଇସିୟୁରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି। ଗତବର୍ଷ ଅକ୍ଟୋବରରେ ନଟରାଜନଙ୍କ ଯକୃତ ଓ ବୃକକ୍‌ ପ୍ରତିରୋପଣ କରାଯାଇଥିଲା। ସୂଚନାଯୋଗ୍ୟ ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଶଶିକଳା ବର୍ତ୍ତମାନ ବେଙ୍ଗାଲୁରୁର ଏକ ଜେଲରେ ଅଛନ୍ତି।

Leave A Reply