କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ପୁଣି ବିବାଦ

0
‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ’ ଆରମ୍ଭ ହେବା ପୂର୍ବରୁ ଟ୍ୱିଟରରେ ଝଗଡା

ନୂଆଦିଲ୍ଲୀ : କପିଲ ଶର୍ମାଙ୍କ ନୂଆ କମେଡି ଶୋ ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ’ ଆରମ୍ଭ ହେବା ପୂର୍ବରୁ ବିବାଦ ଦେଖାଦେଇଛି। କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ପୁଣି ଝଗଡା ଆରମ୍ଭ ହୋଇଯାଇଛି। ଟ୍ୱିଟରରେ ଦୁହେଁ ଦୁହିଁଙ୍କୁ ଗାଳି ଦେଉଛନ୍ତି। ଦୀର୍ଘ ୬ ମାସ ପରେ କପିଲ ଶର୍ମାଙ୍କ ନୂଆ କମେଡି ଶୋ ‘ ଫ୍ୟାମିଲ ଟାଇମ୍ ଉଇଥ୍ କପିଲ’ର ପ୍ରସାରଣ ହେବାକୁ ଯାଉଛି। ଶନିବାର ଦିନ ଏହାର ପ୍ରଥମ ଏପିସୋଡର ସୁଟିଂ ଶେଷ ହୋଇଛି। କିନ୍ତୁ ସୁଟିଂରେ ସୁନୀଲ ଗ୍ରୋଭରଙ୍କୁ ଦେଖିବାକୁ ମିଳି ନ ଥିଲା। ଏ ନେଇ ସୁନୀଲ ଟ୍ୱିଟରରେ ଲେଖିଛନ୍ତି ଯେ ସେ ଏହି ଶୋ ମାଧ୍ୟମରେ ଫେରିବାକୁ ଚାହୁଁଥିଲେ। କିନ୍ତୁ କେହି ତାଙ୍କୁ ଫୋନ୍ କରି ଡାକିଲେ ନାହିଁ।  ଏବେ ସୁନୀଲଙ୍କ ଏହି ଟ୍ୱିଟର ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ କପିଲ ଟ୍ୱିଟ୍ କରିଛନ୍ତି ଯେ, ୧୦୦ଥରରୁ ଅଧିକ ଫୋନ କରିଥିଲି, ୨ଥର ଘରକୁ ମଧ୍ୟ ଯାଇଥିଲି କିନ୍ତୁ କାର୍ୟ୍ୟ ବ୍ୟସ୍ତତା କିମ୍ବା ଅନ୍ୟ କାରଣରୁ ସାକ୍ଷାତ ହୋଇ ପାରିଲା ନାହିଁ। ତେଣୁ ଏଭଳି ମିଥ୍ୟା ଅପପ୍ରଚାର ନ କରିବାକୁ କପିଲ ଲେଖିଛନ୍ତି। ଉଭୟଙ୍କ ମଧ୍ୟରେ ଏହି ଟ୍ୱିଟର ବିବାଦ ଏକ ରୋଚକ ମୋଡ ନେଇଛି।

ମାର୍ଚ୍ଚ ୨୫ ତାରିଖରୁ ସୋନି ଟିଭିରେ ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ’ର ପ୍ରସାରଣ ଆରମ୍ଭ ହେବ । ଅଜୟ ଦେବଗନଙ୍କୁ ନେଇ ଗତ ଶନିବାର ଶୋ’ର ପ୍ରଥମ ଏପିସୋଡର ସୁଟିଂ ଶେଷ ହୋଇଛି।

Leave A Reply