୧୨ ବର୍ଷରୁ କମ୍ ବାଳିକାଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

0

ଇଟାନଗର : ସାରା ଦେଶରେ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବା ନେଇ ସହମତି ବୃଦ୍ଧି ପାଇବାରେ ଲାଗିଛି। ଆଉ ଚତୁର୍ଥ ରାଜ୍ୟ ଭାବେ ଏଥିରେ ସାମିଲ ହୋଇଛି ଅରୁଣାଚଳ ପ୍ରଦେଶ । ୧୨ ବର୍ଷରୁ କମ ବୟସର ନାବାଳିକାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡାଦେଶ ଦେବାକୁ ଆଗତ ଏକ ବିଲ୍‌ ଶୁକ୍ରବାର ଅରୁଣାଚଳ ପ୍ରଦେଶ ବିଧାନସଭାରେ ଗୃହୀତ ହୋଇଛି। ଏଭଳି ବିଲ୍‌ ଆଣିବାରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ହରିୟାଣା ପରେ ଅରୁଣାଚଳ ହେଉଛି ଦେଶର ଚତୁର୍ଥ ରାଜ୍ୟ। ୬୦ ସଦସ୍ୟ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାର ଅଧିକାଂଶ ବିଧାୟକ ଏହି ବିଲ୍‌କୁ ସମର୍ଥନ କରି ଭୋଟ ଦେଇଛନ୍ତି। ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି।

Leave A Reply