ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନ ବିଫଳ

0

ଟ୍ରମ୍ପଙ୍କ ଦକ୍ଷିଣ ଏସୀୟ ନୀତିକୁ କାର୍ଯ୍ୟକାରୀ କରୁନି ପାକିସ୍ତାନ 

ୱାଶିଂଟନ : ଆତଙ୍କବାଦୀ ଏବଂ ଆତଙ୍କକବାଦୀ ଗୋଷ୍ଠୀ ଗୁଡ଼ିକ ବିରୋଧରେ ଦୃଷ୍ଟାନ୍ତମୂଳକ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ପାକିସ୍ତାନ ବିଫଳ ହୋଇଛି । ଟ୍ରମ୍ପଙ୍କ ଦକ୍ଷିଣ ଏସୀୟ ନୀତିକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନ ବିଫଳ ହୋଇଛି।  ନିଜ ମାଟିରୁ ଆତଙ୍କବାଦୀଙ୍କୁ ବିତାଡିତ କରିବା ବଦଳରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସେମାନଙ୍କୁ ସାହୟତା କରୁଛି।

ଟ୍ରମ୍ପ ପ୍ରଶାସନର ପରାମର୍ଶ ମୁତାବକ ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡ଼ିକ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ପାକିସ୍ତାନ ବିଫଳ ହୋଇଥିବା ଆମେରିକା କହିଛି । ଆମେରିକାର ଜଣେ ବରିଷ୍ଠ ପ୍ରଶାସକ ୱାଶିଂଟନ୍‌ଠାରେ  କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦକ୍ଷିଣ ଏସୀୟ ନୀତି ଘୋଷଣା କରିବାର ୬ ମାସ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ସନ୍ତ୍ରାସବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

Leave A Reply