ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ

0

ଭୁବନେଶ୍ୱର : ରାଜ୍ୟସଭା ବିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦାଖଲ କରାଯାଇଥିବା ୩ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ପ୍ରାର୍ଥିପତ୍ର ଯାଞ୍ଚ ପରେ ଏହି ୩ ଜଣଙ୍କର ପ୍ରାର୍ଥିପତ୍ର କାଏମ ଥିବା ଜଣାପଡିଛି।

ବିଜେଡି ପକ୍ଷରୁ  ପ୍ରଶାନ୍ତ ନନ୍ଦ,  ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ଗତ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହି ଗୋଟିଏ ଦିନରେ ବିଜେଡିରେ ଯୋଗ ଦେବା ପରେ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିଲା।

ରାଜ୍ୟସଭା ସଦସ୍ୟ ଦିଲୀପ ତିର୍କୀ, ଅନଙ୍ଗ ଉଦୟ ସିଂଦେଓ ଏବଂ ଏ.ଭି ସ୍ବାମୀଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି।

ସେହିପରି ଦେଶର ବିଭିନ୍ନ ରାଜ୍ୟରୁ ଖାଲି ହେଉଥିବା ୫୮ଟି ରାଜ୍ୟସଭା ଆସନ ପାଇଁ  ଦାଖଲ କରାଯାଇଥିବା ପ୍ରାର୍ଥିପତ୍ର ଗୁଡିକୁ ଯାଞ୍ଚ କରାଯାଉଛି। ଆସନ୍ତା ୨୩ ତାରିଖରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

 

Leave A Reply