ରାଜନେତାଙ୍କୁ  ବିଭିନ୍ନ ନିଗମ ଏବଂ ବୋର୍ଡରେ ଥଇଥାନ

0

ମୁନ୍ନା ଖାଁ କାଜୁ ନିଗମର ଅଧ୍ୟକ୍ଷ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର  କେତେକ  ରାଜନେତାଙ୍କୁ  ବିଭିନ୍ନ ନିଗମ ଏବଂ ବୋର୍ଡରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଚଳଚ୍ଚିତ୍ର ବୋର୍ଡ଼ର ଅଧ୍ୟକ୍ଷ ଥିବା ମୁନ୍ନା ଖାଁଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଭାବେ ନୁତନ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ, ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଓ କୃତ୍ତିବାସ ପାତ୍ରଙ୍କୁ ଆପିକଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ୩ଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି। ରବି ମଲ୍ଲିକ, ଗିରୀଶ ଚନ୍ଦ୍ର ଦାସ ଓ ଈଶ୍ୱର ପାଣିଗ୍ରାହୀ। ସେହିପରି ପ୍ରଫୁଲ୍ଲ ସିଂହଙ୍କ କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସରୋଜ ସାହୁ ଓ ବିରଞ୍ଚି ମହାସୂପକାରଙ୍କୁ ବିଜେଡି ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ମିଳିଛି। ସେହିପରି ଜଗନ୍ନାଥ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି କରାଯାଇଛି।

Leave A Reply