ବାଲକ୍ରିଷ୍ଣ ଦୋଷୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

0

ପ୍ରଥମ ଭାରତୀୟ  ସ୍ଥପତି ଭାବେ ସମ୍ମାନ ଜନକ ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ : ପ୍ରଥମ ଭାରତୀୟ  ସ୍ଥପତି ଭାବେ  ଡକ୍ଟର ବାଲକ୍ରିଷ୍ଣ ଦୋଷୀ ସମ୍ମାନ ଜନକ ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରିଜ୍‌କର ପୁରସ୍କାର ହେଉଛି ସ୍ଥାପତ୍ୟ କ୍ଷେତ୍ରରେ ବିଶ୍ୱସ୍ତରୀୟ ଏକ ପ୍ରମୁଖ ପୁରସ୍କାର। ପ୍ରିଜ୍‌କର ପୁରସ୍କାରକୁ ସ୍ଥାପତ୍ୟର ନୋବେଲ୍‌ ପୁରସ୍କାର ଭାବେ ମଧ୍ୟ ବିବେଚନା କରାଯାଇଥାଏ। ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ ହୋଇଥିବା ୯୦ ବର୍ଷୀୟ ସ୍ଥପତି ଡକ୍ଟର ଦୋଷୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍‌ ଯୋଗେ ରାଷ୍ଟ୍ରପତି କହିଛନ୍ତି, ଆମ ସହରର ପରିଦୃଷ୍ଟି, ଆମ ସୌନ୍ଦର୍ଯ୍ୟବୋଧ ଏବଂ ସ୍ୱଳ୍ପ ବ୍ୟୟରେ ଗୃହ ନିର୍ମାଣ ପ୍ରଚେଷ୍ଟା ପ୍ରତି ଡକ୍ଟର ଦୋଷୀଙ୍କ ଅବଦାନପାଇଁ ଆମେ ଗର୍ବିତ।

Leave A Reply