ମଙ୍ଗଳବାର ରାଶିଫଳ

0

ମେଷ: ଚାହୁଁ ଥିବା ସାହାଯ୍ୟ ମିଳିପାରେ। ମନ ପ୍ରସନ୍ନ ରହିବ। ଆଦୌ ଚିନ୍ତା କରନ୍ତୁ ନାହିଁ; କାରଣ ଅର୍ଥ ଆପଣା ଛାଏଁ ଆସିବ। ଶାସ୍ତ୍ର ଅଧ୍ୟୟନ କରି ତା’ର ଉପଯୋଗ କରିପାରନ୍ତି। ମିତ୍ରଙ୍କ ଠାରୁ ଶ୍ରେଷ୍ଠ ସମ୍ମାନ ମିଳିବ।
ବୃଷ: ସ୍ୱ-ଇଚ୍ଛାରେ ଶ୍ରମଦାନ କରିପାରନ୍ତି। ଧୈର୍ଯ୍ୟବାନ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ।
ମିଥୁନ: ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପକୃତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରିବାରର ଦାୟିତ୍ୱ ବୃଦ୍ଧି ପାଇବ। ନିଃସ୍ୱର୍ଗ ସୁଖ ଲାଭ କରିପାରନ୍ତି। ପ୍ରଭୁତ୍ୱ ବିସ୍ତାର କରିବେ। ଶାସ୍ତ୍ର ବିଚକ୍ଷଣ ହେବେ।
କର୍କଟ: କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ପାରିବାରିକ ସୁଖ ମିଳିବ। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ଶ୍ରେଷ୍ଠ ପଦପଦବୀ ମିଳିପାରେ। ଦେବ-ଗୁରୁଙ୍କ କୃପାପାତ୍ର ହେବେ।
ସିଂହ: ଯୁଗ୍ମ-ବ୍ୟବସାୟରୁ ମିଳିଥିବା ଲାଭର ସହଭାଗୀ ହୋଇପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ସୁଖ ମିଳିବ। ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଳାସ ବ୍ୟସନ କରିବେ। ଧନହାନି ଜନିତ ଅସୁବିଧା ଉପୁଜି ପାରେ।
କନ୍ୟା: ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ସାମାଜିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଜନବଲ୍ଲଭ ହୋଇପାରନ୍ତି। ପୁତ୍ର ସନ୍ତାନ ମିଳିପାରେ। ଲୋକଙ୍କ ଶ୍ରଦ୍ଧାଭାଜନ ହେବେ।
ତୁଳା: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି। ପ୍ରୀତି ଲାଭର ସୌଭାଗ୍ୟ ଅଛି। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଖାଦ୍ୟ ମିଳିବ। କୀର୍ତ୍ତିମାନ ହେବେ। ଉନ୍ନତି ପଥରେ ଆଗକୁ ବଢ଼ିବେ।
ବିଛା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କେହି ପଥରୋଧର ଉଦ୍ୟମ କରି ବିଫଳ ହେବେ। ପାରିବାରିକ ସୁଖ ସମୃଦ୍ଧି ଅବ୍ୟାହତ ରହିବ। ହର୍ଷ ଉଲ୍ଲାସରେ ଦିନଟି ଅତିବାହିତ ହେବ। ଏଥିପାଇଁ ଅଧିକ ଖର୍ଚ୍ଚ ବହନ କରିପାରନ୍ତି।
ଧନୁ: ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। କର୍ମ ତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଶତ୍ରୁ ଉପରେ ବିଜୟ ହାସଲ କରିବେ। ମହାମାନବ ଭାବେ ପରିଗଣିତ ହେବେ।
ମକର: ବନ୍ଧୁବର୍ଗରେ ସମ୍ମାନ ବୃଦ୍ଧି ପାଇବ। ସାଧନାରେ ସିଦ୍ଧି ଲାଭ କରିପାରନ୍ତି। ଦିଅଁ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଗୃହରେ ଶାନ୍ତି ବିରାଜମାନ କରିବ। ସର୍ବ ସୁଖ ଆଶା କରାଯାଏ।
କୁମ୍ଭ: ଲୋକପ୍ରିୟତା ଅର୍ଜନ କରି ଆନନ୍ଦ ଅନୁଭବ କରିବେ। ବ୍ୟୟ ବୃଦ୍ଧି ଘଟିପାରେ। ଶାସ୍ତ୍ରାନୁରକ୍ତ ହେବେ। ସମ୍ଭାଷଣ ଉଚ୍ଚକୋଟୀର ହେବ। ବୃଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିପାରନ୍ତି।
ମୀନ: ଶୋକ ସମ୍ବାଦ ପାଇ ଦୁଃଖ ପ୍ରକାଶ କରିପାରନ୍ତି। ଅର୍ଥାଭାବ ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କୁମିତ୍ରମାନଙ୍କ ଠାରୁ ଦୂରେଇ ରହିଲେ ଶୁଭଫଳ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

Leave A Reply