ମୁକ୍ତିଲାଭ କଲା ‘ବାଗୀ-୨’

0

କଟକ : ଏହି ଫିଲ୍ମ ସପ୍ତାହରେ ମହାନଗରୀର ସିନେମାଘରକୁ ଆସିଛି ଟାଇଗର ଶ୍ରଫ୍‍ ଓ ଦିଶା ପଟାନୀଙ୍କ ଅଭିନୀତ ଆକ୍‍ସନ୍‍ ଥ୍ରୀଲର ସିନେମା “ବାଗୀ-୨’। ଏଥିରେ ରହିଛି ଏକାକୀ ଜଣେ ସୈନିକର ନିଶା ମାଫିଆଙ୍କ ସହ ସଂଘର୍ଷ। ରହସ୍ୟଜନକ ଭାବେ ଅପହୃତା ନିଜ ପୂର୍ବପ୍ରେମିକାଙ୍କ କନ୍ୟାକୁ ନିଶାମାଫିଆଙ୍କ କବଳରୁ ଉଦ୍ଧାର କରୁଛନ୍ତି ସୈନିକ ରଣବୀର ପ୍ରତାପ ସିଂ ଏବଂ ଏହି ଚରିତ୍ରରେ ରହିଛନ୍ତି ଟାଇଗର ଶ୍ରଫ୍‍। ସାଜିଦ ନାଡିୟାଦୱାଲାଙ୍କ ଦ୍ୱାରା ପ୍ରଯୋଜିତ ଓ ଅହମଦ ଖାନ୍‍ଙ୍କ ଦ୍ୱାରା ନିର୍ଦେଶିତ ଏହି ସିନେମାଟି ୨୦୧୬ରେ ଆସିଥିବା ଟାଇଗର-ଦିଶା ଅଭିନୀତ ‘ବାଗୀ’ର ସିକ୍ୱେଲ ଏବଂ ସେହି ବର୍ଷ ମୁକ୍ତିଲାଭ କରିଥିବା ତେଲୁଗୁ ସିନେମା “ସନମ୍‍’ର ରିମେକ୍‍। ଏଥିରେ ଟାଇଗର ଓ ଦିଶାଙ୍କ ସହିତ ମନୋଜ ବାଜପେୟୀ, ଟମ୍‍ ଅଲଟର, ରଣବୀର ହୁଦା, ଶ୍ରଦ୍ଧା କପୁର ଓ ପ୍ରତୀକ ବବ୍ୱର ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଛନ୍ତି। ତେବେ ମୋହିନୀ ଚରିତ୍ରରେ ଆସି ଜ୍ୟାକ୍‍ ଲିନ୍‍ ଫର୍ଣ୍ଣାଡିସ୍‍ “ଏକ୍‍ ଦୋ ତିନ୍‍..’ ଆଇଟମ୍‍ ଗୀତରେ କମାଲ କରିଛନ୍ତି। ରିଲିଜ୍‍ର ପ୍ରଥମ ଦିନରେ ସିନେମାଟି ଦର୍ଶକ ଗହଳି ଜୁଟାଇ ପାରିଛି।

Leave A Reply