ଶନିବାର ରାଶିଫଳ

0

ମେଷ: ତରବର ନ ହୋଇ ଅପେକ୍ଷା କଲେ ସଫଳତା ପାଇବେ। ଶତ୍ରୁ ନିପାତ କରିବାରେ ସକ୍ଷମ ହେବେ। ଆଶ୍ୱସ୍ତ ହେବେ। ଶୁଭ ଖବର ପାଇ ଖୁସି ହେବେ। ପ୍ରତି କାର୍ଯ୍ୟରେ ଶୁଭ ହେବ। ଋଣ ପରିଶୋଧ କରିପାରନ୍ତି।

ବୃଷ: ସୁ-ସମ୍ବାଦ ପାଇ ଖୁସି ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନ ସୁଖ ମିଳିପାରେ। ଥଣ୍ଡା କଫରେ ଆକ୍ରାନ୍ତ ହେବେ।

ମିଥୁନ: ନୂତନ ସଂପର୍କ ସୃଷ୍ଟି କରିପାରନ୍ତି। ନିଜକୁ କଳହମୁକ୍ତ ରଖିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ। ଯାନବାହନ ସୁଖ ମିଳିପାରେ। ଗୃହ ସୁଖ ମିଳିପାରେ।

କର୍କଟ: ବ୍ୟବସାୟ ଲାଭଜନକ ହେବ। ମନୋବଳ ଦୃଢ଼ ରହିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଠାକୁରଙ୍କ ଦର୍ଶନ ଲାଭ କରିବେ। ସରକାରୀ ସ୍ତରରୁ ଲାଭବାନ ହେବେ।

ସିଂହ: ହଠାତ୍‍ କିଛି ଅର୍ଥ ଲାଭର ସୂଚନା ମିଳୁଛି। ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ପରର ଉପକାର କରିବେ।

କନ୍ୟା: ବାଧା ବିଘ୍ନ ସତ୍ତେ୍ୱ କାର୍ଯ୍ୟରେ ଅଗ୍ରଗତି ଘଟିବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ। ରୁଚିକର ଭୋଜନ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତ ହେବ।

ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ ହେବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଚାଟୁ କଥା କହି ଅନ୍ୟର ମନକୁ ବଶ କରିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସ୍ୱାଭିମାନୀ ହେବେ।

ବିଛା: ଚାକିରିରେ ପଦୋନ୍ନତି ଘଟିବାର ସୂଚନା ମିଳୁଛି। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତ ହୋଇପାରନ୍ତି। ସୁ-ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ନଗଦ ଅର୍ଥ ମିଳିବ। ସତ୍‍କର୍ମରେ ନିୟୋଜିତ ହେବେ।

ଧନୁ: ଅର୍ଥ ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

ମକର: ଯେତେ ମୋହରେ ପଡ଼ିଲେ ବି ଅକାର୍ଯ୍ୟରୁ ନିବୃତ୍ତି ଯିବା ଆପଣଙ୍କ ପକ୍ଷେ ଶ୍ରେୟସ୍କର ହେବ। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଅଧିକ କ୍ଷମତା ପାଇ ତା’ର ସଦ୍‍ବ୍ୟବହାର କରିବେ। ପ୍ରତ୍ୟେକ କାର୍ଯ୍ୟରେ ଓ ବିବାଦରେ ବିଜୟୀ ହେବେ।

କୁମ୍ଭ: ଅସୁସ୍ଥତା ଅନୁଭବ କରିପାରନ୍ତି। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ଦୃଢ଼ମନା ହେବେ। ପ୍ରିୟ ଲୋକମାନଙ୍କ ଦର୍ଶନ ଲାଭ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ମୀନ: ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ସାବ୍ୟସ୍ତ ହୋଇଛି। ରୁଚିକର ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି। ଦିନଟି ସୁଖମୟ।

Leave A Reply