ଏସ୍‍ଆଇଟି ତଦନ୍ତ ତନାଘନା

0
ରାୟପୁରରେ କୋରିଅର୍‍ ସଂସ୍ଥାର ସିସିଟିଭି ଫୁଟେଜ୍‍ ଯାଞ୍ଚ

ପାଟଣାଗଡ଼: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‍ଆଇଟି ଆଜି ୪ର୍ଥ ଦିନରେ ତଦନ୍ତ ଜାରି ରଖିଛି। ଏସ୍‍ଆଇଟିର ଏକ ୩ ଜଣିଆ ଟିମ୍‍ ରାୟପୁର ଯାଇ ଖୋଳତାଡ କରୁଥିବା ବେଳେ ଅବଶିଷ୍ଟ ସଦସ୍ୟ ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଡାକବଙ୍ଗଳାରେ ପଚରାଉଚୁରା କରୁଛନ୍ତି। ରାୟପୁର ଯାଇଥିବା ଟିମ୍‍ ହାତରେ କିଛି ସୁରାଗ ମିଳିଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏ ସଂପର୍କରେ ଏସ୍‍ଆଇଟି କିମ୍ବା ପୁଲିସ୍‍ କିଛି କହିବାକୁ ମନା କରିଦେଇଛନ୍ତି।
ତେବେ ଅସମର୍ôଥତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାୟପୁରରୁ ପାର୍ସଲ ପଠାଇଥିôବା ବ୍ୟକ୍ତି ଜଣେ ଓଡିଆ। ସେ ଓଡିଆ ଓ ହିନ୍ଦୀ ଭାଷାରେ କଥା ହେଉଥିଲେ। ପ୍ରଥମେ ଅନ୍ୟ ଏକ କୋରିଅର୍‍କୁ ଯାଇ ସେ ପାର୍ସଲ ପଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ସେମାନେ ମନା କରିବା ପରେ ସ୍କାଏକିଙ୍ଗ କୋରିଅରକୁ ଯାଇଥିଲେ। ଏ ନେଇ ଏସ୍‍ଆଇଟି ସଂପୃକ୍ତ କୋରିଅର୍‍ ସଂସ୍ଥାକୁ ପଚରା ଉଚୁରା କରୁଛି। ଏପରିକି ସେଠାକାର ସ୍କାଏକିଙ୍ଗ କୋରିଅର୍‍ର ସିସିଟିଭି ପୁଟେଜ ଯାଞ୍ଚ କରିଥିବା ଜଣାପଡିଛି।
ଅନ୍ୟ ପକ୍ଷରେ ମଙ୍ଗଳବାର ସକାଳେ ମୃତ ସୌମ୍ୟଙ୍କ ବାପା ରବୀନ୍ଦ୍ର ସାହୁ ଓ ମାଆ ସଂଯୁକ୍ତାଙ୍କୁ ପୁଣି ଥରେ ଏସ୍‍ଆଇଟି ଡାକି ପଚରାଉଚୁରା କରିଥିଲା। ତେବେ ସନ୍ଧ୍ୟାରେ ଅନ୍ୟ ୪ ଜଣଙ୍କ ସହ ରବୀନ୍ଦ୍ରଙ୍କୁ ମଧ୍ୟ ପୁନଃ ଡାକି ପଚରାଉଚୁରା କରିଥିବା ଖବର ମିଳିଛି। ରବୀନ୍ଦ୍ର ଅଳ୍ପ ସମୟ ପରେ ଡାକବଙ୍ଗଳାରୁ ଚାଲିଯାଇଥିବା ବେଳେ ଅଜଣା ଥିବା ୪ ଯୁବକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ୍‍ ଜେରା କରୁଥିବା ଜଣାପଡିଛି।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି। ବଲାଙ୍ଗିର ପୁଲିସ୍‍ ଯେଉଁ ଧରାରେ ତଦନ୍ତ କରି ବିଫଳ ହୋଇଥିଲା, ସେହି ଧାରାରେ ଏସ୍‍ଆଇଟି ନିଜର ତଦନ୍ତ ଜାରି ରଖିଛି।

Leave A Reply