ମଙ୍ଗଳବାର ରାଶିଫଳ

0

ମେଷ: ଆବଶ୍ୟକ ଥିବା ସାହାଯ୍ୟ ମିଳିବ। ନିଜକୁ କଳହ ମୁକ୍ତ ରଖିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକ୍ଷେତ୍ରରୁ ଲାଭ ମିଳିପାରେ। ବିଦ୍ୟାର୍ଥୀଙ୍କ ଚେଷ୍ଟା ଫଳବତୀ ହେବ।
ବୃଷ: କାର୍ଯ୍ୟ ସଂପୂର୍ଣ୍ଣ କରିବେ; ମାତ୍ର ଏହା କଷ୍ଟସାଧ୍ୟ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଧାର୍ମିକ ଓ ବନ୍ଧୁପ୍ରେମୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମିଥୁନ: ସତର୍କତା ସହ କାର୍ଯ୍ୟ କରିବାକୁ ପଡ଼ିବ। ଆଳସ୍ୟ ପରାୟଣ ହୋଇପାରନ୍ତି; ତଥାପି ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ। ବଳବାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇବେ। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୟାର୍ଥୀ ଆଗେଇବେ।
ସିଂହ: ଭୋଜନାଦିରେ ତୃପ୍ତି ମିଳିବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛିା ଚଞ୍ଚଳ ସ୍ୱଭାବର ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। ଶ୍ରେଷ୍ଠ ପଦପଦବୀ ମିଳିପାରେ। ସାହସୀ ହେବେ। ବିଦ୍ୟାର୍ଥୀଙ୍କୁ ଶାନ୍ତି ମିଳିବ।
କନ୍ୟା: କାର୍ଯ୍ୟରେ ଢ଼େର ଉନ୍ନତି ଦେଖାଦେବ। ଦ୍ରବ୍ୟ କ୍ରୟର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। କାର୍ଯ୍ୟରେ ସଫଳ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ। ବିଦ୍ୟାର୍ଥୀ ସୁଖୀ ହେବେ।
ତୁଳା: ଶ୍ରମ ସଫଳ ହେବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀ ପ୍ରତିଦ୍ୱନ୍ଦ୍ୱୀ ହେବେ।
ବିଛା: ଉପଯୁକ୍ତ ନ୍ୟାୟ ପାଇବେ। ଈଶ୍ୱର ନିଷ୍ଠା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା ପ୍ରବାସ ପ୍ରିୟ ଓ ବିଦ୍ୱାନ ହେବେ। ବିଦ୍ୟାର୍ଥୀଙ୍କ ଶ୍ରମ ସାର୍ଥକ ହେବ।
ଧନୁ: ଯୋଗାଯୋଗରେ ସପଳତା ମିଳିବ। ଈଶ୍ୱର ନିଷ୍ଠା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ଈର୍ଷା ପରିତ୍ୟାଗ କରି ଶତ୍ରୁକୁ ଆପଣାର କରିବାକୁ ଚେଷ୍ଟା କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ। ବିଦ୍ୟାର୍ଥୀଙ୍କୁ ମଧ୍ୟ ସଫଳ ମିଳିବ।
ମକର: ଲାଭାନ୍ୱିତ ହେବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିଳିନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଭଲରେ ଚାଲିବ। ସେବା ମନୋଭାବ ରହିବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ। ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ।
କୁମ୍ଭ: ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଶରୀର ସୁସ୍ଥ ରହିବ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହୋଇପାରନ୍ତି। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ।
ମୀନ: କାର୍ଯ୍ୟ ହସ୍ତଗତ ହୋଇପାରେ। ଏପରି କାର୍ଯ୍ୟ କରନ୍ତୁ ଯେଉଁଥିରେ କି ସମ୍ମାନ ହାନି ହେବ ନାହିଁ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ବିଦ୍ୟାର୍ଥୀ ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ।

Leave A Reply