ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶାଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୨୦ ବର୍ଷୀୟ ଶ୍ରୁତିକ୍ଷା କିଟ୍‍ ବିଶ୍ୱବିଦ୍ୟାଳୟରୁ ମାସ୍‍ ମିଡ଼ିଆରେ ଡିଗ୍ରୀ ହାସଲ କରିଛନ୍ତି।
ଗତ ୨୨ ତାରିଖରେ କଲକାତାରେ ଅନୁଷ୍ଠିତ ଏଫ୍‍ବିବି ଫେମିନା ଇଷ୍ଟ ୨୦୧୮ରେ ୧୩ଟି ରାଜ୍ୟର ପ୍ରତିଯୋଗୀ ସାମିଲ ହୋଇଥିଲେ। ଏହାପୂର୍ବରୁ ଗତ ୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରୁତିକ୍ଷାଙ୍କ ସହ ଐଶ୍ୱର୍ଯ୍ୟା ଜେନା ଓ ପ୍ରିୟା କଂସାଗର କଲକାତାକୁ ମନୋନୀତ ହୋଇ ଯାଇଥିଲେ। ସେଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରୁତିକ୍ଷା ବିଜୟିନୀ ହୋଇ ଫେରିଛନ୍ତି। ଆସନ୍ତା ମେ’ ମାସରେ ସେ ମୁମ୍ବଇ ଯିବେ। ସେଠାରେ ସେ ଚୂଡ଼ାନ୍ତ ଅଡ଼ିସନରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

Leave A Reply