ଋଷ୍‌ ଓ ଚୀନ ମିଳିତ ଭାବେରେ ଚନ୍ଦ୍ର ଅଭିଯାନ ଓ ମହାକାଶ ଗବେଷଣା କରିବେ

0

ମସ୍କୋ:ଋଷ୍‌ ଏବେ ଚୀନ ସହ ନିଜର ସମ୍ପର୍କକୁ ଦୃଢ କରିବାରେ ଲାଗିଛି । ଚନ୍ଦ୍ର ଅଭିଯାନପାଇଁ ଏହି ଦୁଇ ଦେଶ ମିଳିତ ଭାବେ ଡାଟା କେନ୍ଦ୍ର କରିବେ ବାଲି ନିଷ୍ପତ୍ତି ନେଇଛନ୍ତି । ଚନ୍ଦ୍ର ଅଭିଯାନ ସହ ଗଭୀର ମହାକାଶ  ବିଷୟରେ ଅଧ୍ୟୟନ ଓ  ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବା ପାଇଁ ଏମାନେ ଡାଟା ବ୍ୟାଙ୍କ ତିଆରି କରିବେ ।

ଋଷ୍‌ର ମହାକାଶ ଗବେଷଣା କେନ୍ଦ୍ର ରୋସ୍‌କସ୍‌ମସ୍‌ ସହ ଚୀନର ଜାତୀୟ ମହାକାଶ ପ୍ରଶାସନ ଏଥିପାଇଁ ଚୁକ୍ତି କରିଛି । ଏହି ଦୁଇ ସଂସ୍ଥା ମିଳିତ ଭାବେ ମହାକାଶ ଗବେଷଣା ଓ ଚନ୍ଦ୍ର ଅଭିଯାନ ବିଷୟରେ କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Leave A Reply