ଘୋଷଯାତ୍ରାରେ ରଥରେ ଯୋଚା ଯାଉଥିବା ଅଶ୍ୱ, ଶୁକ ଓ ସର୍ପ ନାମଧାରୀ ରଜ୍ଜୁଙ୍କ ନାମ

0

ପୁରୀ: ରଥ ଯାତ୍ରାର ରହିଛି ଅନେକ ସ୍ୱତନ୍ତ୍ରତା । ଏଥିରେ ଆମ ସଂସ୍କୃତି ଓ ପରମ୍ପରାର ଛାପ ଦେଖିବାକୁ ମିଳେ ।  ଭାଇ ,ଭଉଣୀଙ୍କର ସ୍ନେହ, ଭକ୍ତ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ । ପତି ଓ ପତ୍ନୀଙ୍କ ମଧ୍ୟରେ ଥିବା ଅଭିମାନ । ଓଡିଆ ଘରର ଅତିଥ୍ୱ । ଶ୍ରୀ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ସମୟରେ  ବାଟରେ ଥିବା ମାଉସୀ ଘର ବା ଅର୍ଦ୍ଧାଶୀନି ଦେବୀଙ୍କ ମନ୍ଦିରରେ ଖୁଦ ଭଜା ଓ ଆସିବା ବେଳେ ପୋଡ ପିଠା ଖାଇ ଥାଆନ୍ତି । ସେପଟେ ଗୁଣ୍ଡିଚା ଦେବୀଙ୍କୁ ଦେଇଥିବା କଥାକୁ ରକ୍ଷା କରି  ଜନ୍ମ ବେଦୀକୁ ନବାଦିନାତ୍ମକକ ଯାତ୍ରାରେ  ପ୍ରଭୁ ଶ୍ରୀ ଜଗନ୍ନାଥ, ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କ ସହ ଯାଇ ଥାଆନ୍ତି ।

ତାଳଧ୍ୱଜ, ଦର୍ପ ଦଳନ ଓ ନନ୍ଦିଘୋଷ ରଥାରେ ଯାତ୍ରା କରନ୍ତି ଶ୍ରୀ ଜୀଉ, ଏହି ରଥମାନଙ୍କର  ସାରଥୀ, ଅଶ୍ୱ, ଓଲଟ ଶୁଆ ଓ ସର୍ପ ନାମଧାରୀ  ରଜ୍ଜୁ ରହିଥାଏ।

ତାଳଧ୍ୱଜ ରଥରେ ଯୋଚା ଯାଉଥିବା ଅଶ୍ୱ, ଶୁକ ଓ ସର୍ପ ନାମଧାରୀ ରଜ୍ଜୁଙ୍କ ନାମ

ରଥର ଅଶ୍ୱ- ୪(ଶଙ୍ଖ, ସୁଚିତ୍ରା, ଅଙ୍ଗଦ ମେଘନାଦ)(ମତାନ୍ତରେ ସ୍ଥିରା, ଧୃତି, ସ୍ଥିତି ଓ ପ୍ରଜ୍ଞା)ଏମାନଙ୍କର ବର୍ଣ୍ଣ କୃଷ୍ଣ ବା କଳା ଅଟେ।

ସାରଥୀଙ୍କ ନାମ- ମାତଳୀ

ରଥ ଦଉଡିର ନାମ- ବାସୁକୀ

ଓଲଟ ଶୁକଙ୍କ ନାମ- ଶ୍ରଦ୍ଧା ଓ ବିଶ୍ୱାସ

ଦର୍ପ ଦଳନ ରଥରେ ଯୋଚା ଯାଉଥିବା ଅଶ୍ୱ, ଶୁକ ଓ ସର୍ପ ନାମଧାରୀ ରଜ୍ଜୁଙ୍କ ନାମ

ଅଶ୍ୱ- ଅଶ୍ବର ନାମ: ରୋଚିକା, ମୋଚିକା, ଜିତା ଓ ଅପରାଜିତା ଅନ୍ୟ କେତେକଙ୍କ ମତରେ ପ୍ରଜ୍ଞା, ଅନୁଜ୍ଞା ଘୋରା ଓ ଅଘୋରା

ସାରଥୀ- ଅର୍ଜୁନ

ଓଲଟ ଶୁକ- ସୁପର୍ଣ୍ଣ, ଦ୍ୱାସୁପର୍ଣ୍ଣ

ନନ୍ଦିଘୋଷ ରଥରେ ଯୋଚା ଯାଉଥିବା ଅଶ୍ୱ, ଶୁକ ଓ ସର୍ପ ନାମଧାରୀ ରଜ୍ଜୁଙ୍କ ନାମ

ରଥର ଅଶ୍ବ ସଂଖ୍ୟା- ୪(ଏମାନଙ୍କ ବର୍ଣ୍ଣ ଧଳା)

ରଥର ଅଶ୍ବ ନାମ- ଶଙ୍ଖ, ବଳାହକ, ଶ୍ବେତ, ହରିଦ୍ବାଶ(ମତାନ୍ତରେ ଏମାନଙ୍କର ନାମ ସୌବ୍ୟ ସୁଗ୍ରୀବ, ମେଘ, ପୁଷ୍ପ, ବଳାହକ)

ସାରଥୀ- ଦାରୁକ

ଓଲଟ ଶୁକ- ଜୀବ ଓ ପରମ

ଆଲେଖ୍ୟ- ବୈଜୟନ୍ତୀ ନାୟକ

Leave A Reply