ଅମୃତସର ବିସ୍ଫୋରଣ: ସନ୍ଦିଗ୍ଧଙ୍କୁ ଧରାଇଦେଲେ ୫୦ଲକ୍ଷ ପୁରସ୍କାର

0

ଚଣ୍ଡିଗଡ଼ : ଅମୃତସର ନିକଟ ସନ୍ଥ ନିରଙ୍କରୀ ଭବନରେ ଚାଲିଥିବା ଭକ୍ତ ସମାବେଶ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ ସନ୍ଦିଗ୍ଧଙ୍କୁ ଧରାଇଦେବା ପାଇଁ ୫୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏ ନେଇ ପଞ୍ଜାବ ପୁଲିସରେ ହେଲ୍ପଲାଇନ୍‍-୧୮୧ ଖୋଲାଯାଇଛି ଓ ଏହା ମାଧ୍ୟମରେ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି। ରବିବାର ସକାଳେ ଘଟିଥିବା ଏହି ବିସ୍ଫୋରଣରେ ୩ଜଣ ପ୍ରାଣ ହରାଇଥିଲେ ଓ ୨୦ଜଣ ଆହତ ହୋଇଥିଲେ। ଦୁଇଜଣ ଯୁବକ ମଟର ସାଇକଲରେ ଆସି ମସାବେଶ ଉପରକୁ ଗ୍ରେନେଡ ମାଡ଼ କରିଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ)ର ଏକ ଦଳ ବିଶେଷଜ୍ଞଙ୍କ ସହିତ ରବିବାର ସନ୍ଧ୍ୟାରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସୋମବାର ଏ ସମ୍ପର୍କରେ ରାଜ୍ୟ ପୁଲିସ ସହିତ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

Leave A Reply