ତିତଲି ପ୍ରଭାବ: ଆନ୍ଧ୍ର ଦେବ ୫ଲକ୍ଷ ସହାୟତା

0

ଶ୍ରୀକାକୁଲମ୍‍: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ତିତଲି ପ୍ରଭାବରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ପଲାସା ରେଳ ଷ୍ଟେସନର କ୍ଷୟକ୍ଷତିକୁ ଅନୁଧ୍ୟାନ କରିବା ପରେ ମରାମତି ସହିତ ଆଧୁନିକ ଷ୍ଟେସନରେ ରୂପାନ୍ତରିତ କରିବାକୁ ନାଇଡ଼ୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଶ୍ରୀକାକୁଲମ ଓ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ଜିଲାପାଳଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବିଦ୍ୟୁତ ଓ ମୋବାଇଲ ସେବାକୁ ତ୍ୱରିତ ବେଗରେ ବାହାଲ କରିବାକୁ ନିର୍ଦେଶ ଦେଇଛନ୍ତି। ତିତଲି ପ୍ରଭାବରେ ଆନ୍ଧ୍ରରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇ ଥିବାବେଳେ କ୍ଷତିଗ୍ରସ୍ତ ଲୋକଙ୍କୁ ଚାଉଳ, ଆଳୁ, ତେଲ, ପିଆଜ ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମରାମତି ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକ ୧୦୦ଜଣ ସଚିବଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ମରାମତି କାର୍ଯ୍ୟରେ ଆବଶ୍ୟକ ପଡ଼ିଲେ ସ୍ଥାନୀୟ ବିଧାୟକ ପାଣ୍ଠିର ବ୍ୟବହାର କରିବାକୁ ନିର୍ଦେଶ ଦେଇଛନ୍ତି ଚନ୍ଦ୍ରବାବୁ।

Leave A Reply