ଦମଦାର ଲୁକ୍‍ ଓ ଶକ୍ତିଶାଳୀ ଇଞ୍ଜିନ୍‍ ସହ ଆସୁଛି ରୟାଲ ଏନ୍‍ଫିଲ୍ଡର ଦୁଇ ନୂଆ ବାଇକ୍‍

0

ନୂଆଦିଲ୍ଲୀ : ଚଳିତ ଦୀପାବଳୀରେ ଲୋକପ୍ରିୟ ବାଇକ୍‍ ନିର୍ମାଣକାରୀ କମ୍ପାନୀ ରୟାଲ ଏନଫିଲ୍ଡ ଦୁଇଟି ନୂଆ ମଡେଲର ବାଇକ୍‍ ଭାରତୀୟ ବଜାରକୁ ଛାଡ଼ିବାକୁ ଯୋଜନା କରିଛି। ଏହି ବାଇକ୍‍ର ଦମଦାର ଲୁକ୍‍ ଓ ଶକ୍ତିଶାଳୀ ଇଞ୍ଜିନ୍‍ ଯୁବ ପିଢିର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି। ଏହି ଦୁଇ ନୂଆ ମଡେଲର ନାମ ହେଉଛି ଇଣ୍ଟର ସ୍ଫେଟର ୬୫୦ ଟ୍ୱିନ ଓ କଣ୍ଟିନେଣ୍ଟଲ ଜିଟି ୬୫୦ଟ୍ୱିନ। ଏହି ଦୁଇ ବାଇକ୍‍ରେ ୬୪୮ସିସି ଇଞ୍ଜିନ, ୬ସ୍ପିଡ ଗିୟରବକ୍ସ, ଡିସ୍‍ ବ୍ରେକ୍‍ ରହିଛି। ଭାରତୀୟ ବଜାରରେ ଇଣ୍ଟରସ୍ପେଟର ୬୫୦ ଓ କଣ୍ଟିନେଣ୍ଟାଲ ଜିଟିର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ରହିଛି। ରୟାଲ ଏନଫିଲ୍ଡ କଣ୍ଟିନେଣ୍ଟାଲ ଜିଟି ୬୫୦ ଓ ଇଣ୍ଟରସ୍ପେଟର ୬୫୦ର ତେଲ ଟାଙ୍କି କ୍ଷମତା ଯଥାକ୍ରମେ ୧୨.୫ ଲିଟର ଓ ୧୩.୭ ଲିଟର ରହିଛି। କଣ୍ଟିନେଣ୍ଟାଲ ଜିଟି ୬୫୦ର ଓଜନ ୧୯୯ କେଜି ଓ ଇଣ୍ଟରସ୍ପେଟର ୬୫୦ର ଓଜନ ୨୦୩ କେଜି ରହିଛି।

Leave A Reply