ଭାଉଜକୁ ହତ୍ୟା କରି ଦିଅରର ଆତ୍ମହତ୍ୟା ଅଭିଯୋଗ

0

ରାଉରକେଲା : ରାଉରକେଲାର କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ରିଉ ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘର ଭିତରୁ ଜଣେ ବ୍ୟକ୍ତି ଓ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣ ସମ୍ପର୍କରେ ଦିଅର ଓ ଭାଉଜ ବୋଲି ଜଣାପଡ଼ିଛି। ଭାଉଜର ରକ୍ତାକ୍ତ ଓ ଦିଅରର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଭାଉଜଙ୍କୁ ଟାଙ୍ଗିଆରେ ହାଣିବା ପରେ ଦିଅର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply