ରାଉରକେଲାରେ ପଦଯାତ୍ରା

0

ରାଉରକେଲା : ସମାଜର ଶତବାର୍ଷିକ ଉତ୍ସବ ଅବସରରେ ରାଉରକେଲା ଠାରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ସମାରୋହକୁ ପୂର୍ବତନ ଭାରତୀୟ ହକି କ୍ୟାପ୍ଟେନ୍‍ ପ୍ରବୋଧ ତିର୍କୀ ଏକ ମଶାଲ ସହ ଶୁଭାରମ୍ଭ କରିଥିଲେ ଏବଂ ଏନ୍‍ଆଇଟିର ନିର୍ଦ୍ଦେଶକ ଅଧ୍ୟାପକ ଅନିମେଶ ବିଶ୍ୱାସ ଏହି ମଶାଲକୁ ପ୍ରଜ୍ୱଳିତ କରିଥିଲେ। ଏହି ପଦଯାତ୍ରାରେ ପ୍ରାୟ ୨୫୦ ସହଯାତ୍ରୀ ସାମିଲ ହୋଇଥିଲେ। ବିଜୁ ପଟ୍ଟନାୟକ ଛକରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୂର୍ତ୍ତି ନିକଟରେ ଶେଷ ହୋଇଥିଲା। ଏହି ଶୁଭ ଅବସରରେ ସମାଜର ନୂତନ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

Leave A Reply