ବନ୍ଦ ହେବ ବିକ୍ରମ କୋଠାରୀଙ୍କ ରୋଟୋମାକ୍ କମ୍ପାନୀ

0

ନୂଆଦିଲ୍ଲୀ: ଖୁବଶୀଘ୍ର ବନ୍ଦ ହେବ ବିକ୍ରମ କୋଠାରୀଙ୍କ ରୋଟୋମାକ କମ୍ପାନୀ। ୪୦୦୦ କୋଟି ଟଙ୍କା ଠକେଇ କରିଥିବା ଏହି କମ୍ପାନୀ ମାଲିକଙ୍କ ଭାଗିଦାରୀ ଯୋଜନାକୁ ବ୍ୟାଙ୍କ ବନ୍ଦ କରିଛନ୍ତି। ବ୍ୟାଙ୍କଗୁଡ଼ିକ ୯୦ ଦିନ ପର୍ୟ୍ୟନ୍ତ ଅଧିକ ବର୍ଦ୍ଧିତ ସମୟ ସୀମା ଦେବାକୁ ମନା କରିଥିବାରୁ ରୋଟୋମାକ୍‌ କମ୍ପାନୀ ବନ୍ଦ ହୋଇପାରେ। ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ଓରିଏଣ୍ଟାଲ ବ୍ୟାଙ୍କ୍‌ ଅଫ୍‌ କର୍ମସ, ଆହ୍ଲାବାଦ ବ୍ୟାଙ୍କ୍‌ ଓ ୟୁନିୟନ୍‌ ବ୍ୟାଙ୍କ ଭଳି ବ୍ୟାଙ୍କ୍‌ ଗୁଡ଼ିକରୁ ରୋଟୋମାକ୍‌ କମ୍ପାନୀ ପ୍ରାୟ ୪୦୦୦ କୋଟି ଟଙ୍କା ଠକି ନେଇଛି । ଏହି ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥା ସିବିଆଇ କମ୍ପାନୀ ମାଲିକ ବିକ୍ରମ କୋଠାରୀ ଓ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ଗିରଫ କରିଛି।

Leave A Reply