ଟ୍ବେଣ୍ଟି-୨୦ : ୮୦୦୦ ରନ୍ କ୍ଲବରେ ରୋହିତ

ନୂଆଦିଲ୍ଲୀ : ମୁମ୍ବଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟ୍ବେଣ୍ଟି-୨୦ ଫର୍ମାଟରେ ୮୦୦୦ ରନ ପୂରଣ କରିଛନ୍ତି। ଗୁରୁବାର ସ୍ଥାନୀୟ କୋଟ୍‌ଲା ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚରେ ୧୨ ରନ କରିଥିବାବେଳେ ରୋହିତ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଟ୍ବେଣ୍ଟି୨୦ରେ ୮୦୦୦ ରନ ସ୍କୋର କରିବାରେ ରୋହିତ ହେଉଛନ୍ତି ତୃତୀୟ ଭାରତୀୟ। ସୁରେଶ ରୈନା (୮୨୧୬) ପ୍ରଥମ ସ୍ଥାନରେ ଥିବାବେଳେ ତାଙ୍କ ପଛକୁ ବିରାଟ କୋହଲି (୮୧୮୩) ୨ୟ ସ୍ଥାନରେ ରହିଛନ୍ତି। ଆନ୍ତର୍ଜାତିକ ସର୍କିଟରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଟ୍ବେଣ୍ଟି୨୦ରେ ୧୨,୬୭୦ ରନ କରି ତାଲିକାର ସର୍ବାଗ୍ରେ ଥିବାବେଳେ ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକ୍‌କଲମ (୯୯୨୨) ଦ୍ବିତୀୟ ଓ ୱେଷ୍ଟଇଣ୍ଡିଜର କୈରନ ପୋଲାର୍ଡ (୯୦୬୩) ତୃତୀୟ ସ୍ଥାନରେ ରହିଛନ୍ତି।

Comments are closed.