ଦିଲ୍ଲୀ-ଭାଗଲପୁର ଏକ୍ସପ୍ରେସ ଯାତ୍ରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲୁଟିଲେ ଡକାୟତ

0

ନୂଆଦିଲ୍ଲୀ – ନୂଆଦଲ୍ଲୀ ଓ ଭାଗଲପୁର ମଧ୍ୟରେ ଚାଲୁଥିବା ଦିଲ୍ଲୀ-ଭାଗଲପୁର ଏକ୍ସପ୍ରେସ ଯାତ୍ରୀଙ୍କଠାରୁ ଡକାୟତମାନେ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଲଖିସରାଇ ଜିଲାର ଧନାଉରୀ-କାଜ୍ରା ମଧ୍ୟରେ ୮ରୁ ୧୦ ଜଣ ଡକାୟତ ମାରଣାସ୍ତ୍ର ସହ ଟ୍ରେନ ମଧ୍ୟରେ ପଶିଥିଲେ । ଲୋକମାନଙ୍କୁ ଡରାଇବା ଧମକାଇବା ସହ ମାରଧର କରିଥିଲେ ।

ଏହାପରେ ଏସ୍-୯, ଏସ୍‌-୧୦, ଏସି ୨ ଟାୟେର ଓ ୩ଟାୟେରର ଯାତ୍ରୀମାନଙ୍କ ଠାରୁ ଅଳଙ୍କାର ଓ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିଲେ । କିଛି ଯାତ୍ରୀ ଟ୍ୱିଟରରେ ଆର୍‌ପିଏଫ୍‌ ଓ ରେଳ ବିଭାଗଠାରୁ ସାହାଯ୍ୟ ମାଗିଥିଲେ । ସେମାନଙ୍କୁ ସାହାଯ୍ୟ କିମ୍ବା ସୁରକ୍ଷା ଠିକ୍‌ ସମୟରେ ମିଳି ନଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ଯାତ୍ରୀମାନଙ୍କର ସମ୍ପର୍କୀୟ ଓ  ଯାତ୍ରୀମାନେ ରେଳ ବିଭାଗର କାର୍ଯ୍ୟାଳୟକୁ ଘେରାଓ କରିଥିଲେ । ଘଟଣାର ତଦନ୍ତ କରାଯାଉଛି ବୋଲି ଲଖସରାଇ ରେଳ ଖଣ୍ଡର ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply