ଭାରିଯାନ ଚଳାଚଳକୁ ବିରୋଧ କରି ରାସ୍ତାରୋକ

0

ଝାରସୁଗୁଡା: ଝାରସୁଗୁଡା ସହରସ୍ଥିତ ବଢେଇମୁଣ୍ଡା ଛକ ଦେଇ ଯାଇଥିବା ଆରତି ରାସ୍ତାକୁ ମଙ୍ଗଳବାର ଦିନ ସ୍ଥାନୀୟ ବାସିନ୍ଦା ଅବରୋଧ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ଥାରେ ପ୍ରତିଦିନ ଶହଶହ ଭାରିଯାନ ଚଳାଚଳ କରୁଥିବାରୁ ଅଧିକ ଦୁର୍ଘଟଣା ଘଟୁଛି। ଗତ ୧ବର୍ଷ ମଧ୍ୟରେ ୨୦ରୁ ଅଧିକ ଦୁର୍ଘଟଣା ହୋଇଛି। ଗତ ୧୪ତାରିଖରେ ଏହି ରାସ୍ତାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ବନ୍ଦ କରି ଅନ୍ୟତ୍ର ବାଇପାସ ରାସ୍ତା ତିଆରି କରିବା କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏହି ରାସ୍ତାରେ ଅନେକ ସ୍କୁଲ, କଲେଜ ରହିଥିବାରୁ ଛାତ୍ରଛାତ୍ରୀଙ୍କ ଚଳାଚଳରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି।

ଆଜି ଏହାର ପ୍ରତିବାଦରେ ଦୀର୍ଘ ୪ଘଣ୍ଟା ଧରି ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଏସଡିପିଓଙ୍କ ଉପସ୍ଥିତିରେ ୨ପ୍ଲାଟୁନ ପୁଲିସ ଆସି ଗିରଫଦାରୀ ପାଇଁ ପ୍ରୟାସ କରୁଥିବାରୁ ସମସ୍ୟାର ଫଇସଲା ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ନ ହଟାଇବାକୁ ଜିଦ ଧରିଛନ୍ତି ସ୍ଥାନୀୟ ବାସିନ୍ଦା।
ଆସନ୍ତା ରଥଯାତ୍ରା ପରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର ଗୋଲକ ମଙ୍ଗରାଜଙ୍କ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply