ପାହାଡରୁ ଖସିଲା ପଥର; ଡଙ୍ଗାସିଲ-ତୁରେଇଘାଟି-ମାଳାମ୍ୱ ରାସ୍ତାରେ ଯାତାୟତ ବନ୍ଦ

କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଠାରୁ ତୁରେଇଘାଟି ଏବଂ ମାଳାମ୍ବ ରାସ୍ତାରେ ପାହାଡରୁ ବଡବଡ ପଥର ଖସି ପଡିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଏହି ରାସ୍ତା ସହ ସଂଯୋଗ କରୁଥିବା ଗ୍ରାମଗୁଡିକ  ବିଛିନ୍ନ ରହିଛି । ରାୟଗଡା ବିଧାୟକ ମକରନ୍ଦ ମୁଦୁଲି  ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଡଙ୍ଗାସିଲ ଠାରୁ ତୁରେଇଘାଟି ମଧ୍ୟରେ ପଡିଥିବା ବଡବଡ ପଥରକୁ ତୁରନ୍ତ ହଟାଇ  ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ଜଣାଇବେ ବୋଲି  ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଏହା ସହ ବିଧାୟକ ଡଙ୍ଗାସିଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରିଥିଲେ । ଡଙ୍ଗାସିଲ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସମ୍ପର୍କକରେ ପଚାରି ବୁଝିଥିଲେ । ବର୍ଷା ଯୋଗୁ ସ୍ଥାନୀୟ ଚାଷୀଙ୍କ ଚାଷ ଜମିରେ ବାଲିଚର ମାଡି ଯାଇ  ଧାନ ତଳି  ନଷ୍ଟ ହୋଇଯାଇଥିବା ବେଳେ ଅନେକଙ୍କ ଗୋରୁ ମରିଯାଇଥିବା ନେଇ ଗ୍ରାମବାସୀ ବିଧାୟକଙ୍କୁ ଜଣାଇଥିଲେ

Comments are closed.