ଟ୍ରଲର ଓ ଟ୍ୟାଙ୍କର ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତା ବନ୍ଦ

0

ଲକ୍ଷ୍ମୀପୁର : କୋରାପୁଟ – ରାୟଗଡ଼ା ରାସ୍ତାର ଗୁମ୍ମା ଘାଟିରେ ଏକ ଟ୍ରଲର ଓ ଏକ କେମିକାଲ ଟ୍ୟାଙ୍କର ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ରାସ୍ତା ମଝିରେ ଅଟକି ରହିଛି। ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି। ଏହି କାରଣରୁ ସେଠାରେ ଥିବା ସମସ୍ତ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ରବିବାର ସକାଳ ୯ଟାରୁ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଟିକିରି ଠାରେ ଆଲୁମିନା କାରଖାନାରୁ ଆଲୁମିନା ପାଉଡ଼ର ଓ କେମିକାଲ ଟ୍ୟାଙ୍କର ଆଦି ଯାତାୟତ କରୁଥିବା କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ଏହି କାରଣରୁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି।

Leave A Reply