ଅଟୋ ଓଲଟି ୧୦ରୁ ଉର୍ଦ୍ଧ ଆହାତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଗଦଗଦା ନିକଟରେ ଅଟୋ ଓଲଟି ୧୦ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଛନ୍ତି। ସ୍ଥାନିୟଲୋକେ ଏବଂ ଅଗ୍ନିଶମ ବିଭାଗିୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଙ୍କୁ ଆଣିଥିଲେ। ଆହାତମାନେ ହେଉଛନ୍ତି ଇନ୍ଦ୍ରମଣି ନାଏକ, ଲିଙ୍ଗରାଜ ନାଏକ, ବାଲି ନାଏକ, କମଳାଦେଇ ନାଏକ, ଶ୍ରୀମନ ନାଏକ, ଦିବାଇ ମାଝୀ, ଜିବନଦେଇ ମାଝୀ, ରୁପସିଂ ମାଝୀ, ସାଇବ ଗୌଡ। ଆହାତମାନଙ୍କ ମଧ୍ୟରୁ ବାଲି ନାଏକ, ଇନ୍ଦ୍ରମଣି ନାଏକ, ଜିବନଦେଇ ନାଏକ ଏବଂ ଦିବାଇ ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତରଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସାପରେ ରାୟଗଡା ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆହାତମାନେ ପାଇକସୁପେଲ ଏବଂ ପୁକିମସ୍କା ଗ୍ରାମର ହୋଇଥିବା ଯଣାପଡିଛି। ଖବର ପାଇ କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନ ଅନୁସାରେ, ଏକ ଅଟୋରେ କାଶୀପୁରରୁ ପାଇକସୁପେଲ ଏବଂ ପୁକିମସ୍କା ଗ୍ରାମକୁ ଯାଉଥିବା ସମୟରେ ଅଟୋଟି ଗଦଗଦା ପାଖରେ ଥିବା ଏକ ଚେକଡେମ ନିକଟରେ ଓଲଟି ପଡିଥିଲା। ସେହିବାଟ ଦେଇ ଯାଉଥିବା କିଛି ଯାତ୍ରୀ ସେଠାରେ ଲୋକେ କାନ୍ଦୁଥିବା ସମୟରେ କୈଣସି ଦୁର୍ଘଟଣା ହୋଇଥିବ ଭାବି ଡେମନିକଟକୁ ଯାଇ ଦେଖିବା ସହ ତୁରନ୍ତ ଅଗ୍ନିଶମ ବିଭାଗକୁ ଯଣାଇଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନିୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Comments are closed.