ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ୨୦ନମ୍ବର ଜାତୀୟ ରାଜପଥ ଗୋଳାବନ୍ଧ ନିକଟରେ ମଙ୍ଗଳବାର ରାତି ସାଢ଼େ ୮ଟା ସମୟରେ ଅଜଣା ଟ୍ରକ ଧକ୍କାରେ  ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଘଟଗାଁରୁ ବାଇକ୍ ଯୋଗେ ଫେରୁଥିବା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କାଶିବେଡା ଗ୍ରାମର ମଙ୍ଗୁଳି ବେହେରା ଓ ତାର ସ୍ତ୍ରୀ ବବିତା ବେହେରାଙ୍କର ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ମଙ୍ଗୁଳି ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ବବିତା ବେହେରାଙ୍କ ମୃତ୍ୟୁ ଘଟିଥିଲା । ପ୍ରଥମେ ଗୁରୁତର ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବବିତା ପ୍ରାଣ ହରାଇଥିବା ଜଣାପଡିଛି । ତେବେ ବବିତା ଗର୍ଭବତୀ ଥିଲେ ବୋଲି ଜଣାପଡିଛି । ଘଟଗାଁ ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.