ସଡ଼କ ଦୁର୍ଘଟଣାରେ ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଶିମୁଳିଆ ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଛକ ଠାରେ ଶନିବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭଗିଆ ଛକ ଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଆସି ଧକ୍କା ଦେଇଥିଲା। ଫଳରେ ଗଟଣା ସ୍ଥଳରେ ପିକଅପରେ ଥିବା ହେଲପରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.