ସଡ଼କ ଦୁର୍ଘଟଣାରେ ଜଳିଗଲା ବୋଲେରୋ

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ କରେଳଧୁଆ ରେଳବାଇ ଓଭରବ୍ରିଜ ଭବାନୀପାଟଣା ଜାତୀୟ ରାଜପଥ ୨୬ ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯାଇଥିବା ଜଣାପଡ଼ିଛି। ନିଆଁ ଲାଗିଯିବା ପରେ ଗାଡି ଛାଡି ଚାଳକ ଫେରାର ହୋଇଯାଇଥିଲା। ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦୁର୍ଘଟଣା ପରେ ବହୁ ସମୟ ଧରି ରାଜପଥ ଜାମ ରହିଥିବା ସୂଚନା ମିଳିଛି।

Comments are closed.