ସଡ଼କ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ

ବେଲଗାଁ : ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଲ ନିକଟରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇ ବଡମାଳ ଗୋଳାବାରୁଦ କାରଖାନାର ଏମଇଏସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଡମାଲ କାରଖାନାର ଏମଇଏସ ବିଭାଗରେ କାର୍ଯ୍ୟ କରୁଥିବା ପ୍ରମୋଦ ଚାନ୍ଦ(୫୩) କୌଣସି ଏକ କାର୍ଯ୍ୟରେ ଟିଟିଲାଗଡ ଆସି ସନ୍ଧ୍ୟା ପ୍ରାୟ ୫ଟାରେ ଏକ ଅଟୋରେ ଘରକୁ ଫେରୁଥିଲେ। ବଡମାଲ ପୁର୍ବରୁ ଏକ ବୁଲାଣିରେ ଅଟୋଟି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହୋଇଯାଇଥିଲା। ଦୁର୍ଘଟଣାରେ ଗୁରୁତର ପ୍ରମୋଦଙ୍କୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପେଣ୍ଡ୍ରାମାଲ ଗ୍ରାମର ଅଟୋ ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ସଇଁନ୍ତଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Comments are closed.