ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ମୃତ, ଗାଁ ଶ୍ମଶାନରେ ଜଳିଲା ୫ଜୁଇ

କଳାହାଣ୍ଡି : କଳାହାଣ୍ଡି ଜିଲା  ଜୁନାଗଡ  ବ୍ଲକ ଅନ୍ତର୍ଗତ ଖୁରୁସେଲଗୁଡ଼ା ଗ୍ରାମରେ ଗତକାଲି ରାତି ୩ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ସୂଚନା ମିଳିଛି। ସେମାନେ ଏକ କାରରେ ବିଶାଖାପାଟଣାରୁ ଖୁସେଲଗୁଡ଼ା ଗାଁକୁ ଯାଉଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଜରିଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ୫ଜଣଙ୍କ ମୃତଦେହକୁ ବୁଧବାର ଭବାନୀପାଟଣା ଜିଲା ମୂଖ୍ୟ  ଡାକ୍ତରଖାନାରେ ବ୍ୟବଛେଦ କରାଯାଇଥିଲା। ଶବ ବ୍ୟବଛେଦ ପରେ ନିଜ ଗାଁ  ଖୁରୁସେଲଗୁଡା ନେଇ ଗାଁ ଶ୍ମଶାନରେ ଏକା ସହିତ ଶବଦାହ କରାଯାଇଛି।

 

Comments are closed.