ସଡ଼କ ଦୁର୍ଘଟଣାରେ ଜଣେ ମୃତ

0

ଯାଜପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ହରିପୁର ମଟନ ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ସୁଜନପୁର ପଞ୍ଚାୟତ ଢ଼ିଅସାହି ଗ୍ରାମର ଗୋଲକ ସାହୁ। ସେ ଏକ ସ୍କୁଟିରେ ନିଜର ବିବାହିତା ଝିଅ ବନିତା ରାଉତଙ୍କୁ ବସାଇ ହରିପୁର ଅଭିମୁଖେ ଯାଉଥିବା ସମୟରେ ପଛ ପଟୁ ଏକ ହାଇୱା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଦୁର୍ଘଟଣାରେ ଗୋଲକଙ୍କ ଘଟଣାସ୍ଥଳେ ହିଁ ମୃତ୍ୟୁ ହୋଇ ଯାଇଥିବା ବେଳେ ବନିତା ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିବା ସହ ଏହି ରାସ୍ତା ସଂପ୍ରସାରଣ ନହେବା ପର୍ଯ୍ୟନ୍ତ ଭାରିଯାନ ଚଳାଚଳକୁ ବନ୍ଦ କରିବାକୁ ଜିଦ୍ ଧରିଥିଲେ। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲା। ମୃତ ଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply